ବୁଧବାର ହଟିବ ୟେସ୍‌ ବ୍ୟାଙ୍କ କଟକଣା: ଆରବିଆଇ

 

ନୂଆଦିଲ୍ଲୀ: ସୋମବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୟେସ୍‌ ବ୍ୟାଙ୍କ ସ୍ଥିତି ବାବଦରେ ମୁହଁ ଖୋଲିଛନ୍ତି। ବୁଧବାର ସନ୍ଧ୍ୟା ୬ଟାରେ ଏହି କଟକଣା ହଟାଯିବ ବୋଲି ଜଣାପଡ଼ିଛି। ଏହି ଘରୋଇ ବ୍ୟାଙ୍କର ସ୍ଥିତି ସୁଧାରିବାରେ ଆରବିଆଇ ଏବଂ ସରକାରର ଭୂମିକା ବାବଦରେ ମଧ୍ୟ ସେ ଆଲୋକପାତ କରିଥିଲେ।

ଆହୁରି ପଢ଼ନ୍ତୁ

ଶକ୍ତିକାନ୍ତ ଆହୁରି ମଧ୍ୟ କହିଥିଲେ, ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଅଛି। ଟଙ୍କା ଉଠାଣ ପାଇଁ ଲୋକେ ବ୍ୟସ୍ତ ନ ହେବାକୁ ସେ କହିଥିଲେ। ସେ ସାମ୍ବାଦିକ ସମ୍ମିଳନୀରେ ଆହୁରି ମଧ୍ୟ କହିଥିଲେ, ସରକାର ବର୍ତ୍ତମାନ ନେଉଥିବା ପଦକ୍ଷେପ ଜମାକାରୀଙ୍କ ଟଙ୍କା ବଞ୍ଚାଇବା ଉଦ୍ଦିଷ୍ଟ। ସେ ଆହୁରି ମଧ୍ୟ କହିଥିଲେ, ଆସନ୍ତା ମାର୍ଚ୍ଚ ୨୬ରେ ୟେସ୍‌ ବ୍ୟାଙ୍କର ନୂଆ ବୋର୍ଡ ଦାୟିତ୍ୱ ନେବ।

ବର୍ତ୍ତମାନ ବିଶ୍ୱ ସ୍ତରରେ ଦେଖାଯାଇଥିବା ମାନ୍ଦାବସ୍ଥାର ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ରର ବ୍ୟାଙ୍କ ସୁଧ ହାର ହ୍ରାସ କରୁଛନ୍ତି। ଏହି ହାରରେ ଆରବିଆଇ ମଧ୍ୟ ସୁଧ ହାର ହ୍ରାସ କରିବ ବୋଲି ଆଶା କରାଯାଉଥିଲା। ଏହା ପୂର୍ବରୁ ୨୦୧୯ ମସିହା ଫେବୃଆରୀରୁ ଅକ୍ଟୋବର ୨୦୧୯ ମଧ୍ୟରେ ଆରବିଆଇ ଲଗାତାର ସୁଧ ହାର ହ୍ରାସ କରି ସୁଧହାର ୫.୧୫%କୁ ହ୍ରାସ ପାଇଛି।

[ad_2]

Source link

↑
Exit mobile version