ବୁଝାମଣା ସତ୍ତ୍ୱେ ସୀମାରୁ ହଟି ନଥିଲା ଚାଇନା!

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ବିବାଦ ସୃଷ୍ଟି କରିବା ଲକ୍ଷ୍ୟରେ ହିଁ ପୂର୍ବରୁ ଯୋଜନା କରିଥିଲା ଚାଇନା। କାରଣ ଭାରତ ସହ ବୁଝାମଣା ସତ୍ତ୍ୱେ ବି ଚାଇନା ଉପତ୍ୟକାରୁ ହଟି ନଥିବା ଜଣାପଡ଼ିଛି। ସୂତ୍ର ଅନୁଯାୟୀ, ଗଲୱାନ ବିବାଦର ସମାଧାନ ପାଇଁ ଭାରତ ଓ ଚାଇନା ମଧ୍ୟରେ କ୍ରପ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା।

ଜୁନ୍‌ ୬ରେ ବସିଥିବା ବୈଠକ ବେଳେ ଫ୍ଲାଶପଏଣ୍ଟରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିବେ ବୋଲି ରାଜି ହୋଇଥିଲେ। ତଥାପି ଚାଇନା ସେନା ଉପତ୍ୟକାରେ ଜଗି ରହିଥିଲା। ଭାରତ ପଛକୁ ଫେରିବାକୁ କହିବା ପରେ ବି ଚାଇନା ଏହାକୁ ବେଖାତିର କରିଥିଲା। ସୋମବାର ଗଲୱାନ ଉପତ୍ୟକାରେ ଭାରତ ପୁଣିଥରେ ଚାଇନା ସେନାକୁ ପଛକୁ ଘୁଞ୍ଚିବାକୁ କହିଥିଲା।

କିନ୍ତୁ ଚାଇନା ତା’ର ଦାଦାଗିରି ଦେଖାଇଥିଲା ବୋଲି କୁହାଯାଉଛି। ଏହି କାରଣରୁ ହିଁ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ସୀମାରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଚାଇନାର ୫ ଜଣ ଯବାନ ପ୍ରାଣ ହରାଇଛନ୍ତି। ସେହିପରି ୧୧ ଜଣ ପିଏଲଏ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି।

[ad_2]
Exit mobile version