ପର୍ଯ୍ୟଟନରାଜ୍ୟ

ଦୁର୍ଗାଦେବୀ ହେବ ବାଲେଶ୍ବରର ପର୍ଯ୍ୟଟନ ହବ୍‌: ପର୍ଯ୍ୟଟନ ମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର) ୨୩.୦୭.୨୦୨୧:  ଆଗାମୀ ଦିନରେ ବାଲେଶ୍ବର ଜିଲ୍ଲାର ପର୍ଯ୍ୟଟନ୍ ହବ୍‌ ହେବ ଦୁର୍ଗାଦେବୀ । ଏନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ୍ । ବିଭିନ୍ନ ଐତିହାସିକ ସ୍ଥାନକୁ ନେଇ ପ୍ରାକ୍ଟିକାଲି ଭାବେ ପିଲାଙ୍କୁ ଜ୍ଞାନ ଦିଆଯିବ । ଯାହାର ଆରମ୍ଭ ବାଲେଶ୍ବରର ଦୁଗାଦେବୀରୁ ହିଁ ହେବ । ଆଗାମୀ ଦିନରେ ଦୁର୍ଗାଦେବୀ ସମ୍ପର୍କରେ ଜାଣିବା ପାଇଁ ପିଲାଙ୍କୁ ଦିଆଯିବା ଶିକ୍ଷାଦାନ । ଏ ନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଗୁରୁବାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଐତିହସ୍ଥଳୀ ଦୁର୍ଗାଦେବୀ ଗସ୍ତ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, “ଦୁର୍ଗାଦେବୀ ଓଡ଼ିଶାର ବିରଳ ସଂସ୍କୃତି ହୋଇଥିବାରୁ ଏସମ୍ପର୍କରେ ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସ୍ଥାନ ଦିଆଯିବ । ସେତେବେଳେ କୃଷି ଓ ଲୌହ ସଭ୍ୟତା କିଭଳି ଆରମ୍ଭ ହୋଇଥିଲା, ସେମାନେ କୃଷି ପାଇଁ ବିଜ୍ଞାନ ବା ଜ୍ଞାନକୌଶଳ କେମିତି ବ୍ୟବହାର କରୁଥିଲେ ଏମିତିକି ଅନେକ ଇତିହାସ ସମ୍ପର୍କିତ କଥା ଆଗାମୀ ଦିନରେ ଶ୍ରେଣୀଗୃହରେ ପିଲାଙ୍କୁ ପଢ଼ାଯିବ । କାରଣ ଦୁର୍ଗାଦେବୀରେ ଲୌହ ଯୁଗର ସନ୍ଧାନ ମିଳିଛି, ଯାହା ଭାରତର ବିରଳ । ସେତେବେଳେ ଟେକ୍ନୋଲୋଜିର କେମିତି ଉଦ୍ଭାବନ ହୋଇଥିଲା ? ଲୋକେ କେମିତି ଏହାକୁ ବ୍ୟବହାର କରୁଥିଲେ ? ଏସମ୍ବନ୍ଧରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ୍ ଜ୍ଞାନ ଦିଆଯିବ ।

Show More
Back to top button