ସିନେମା

ବିସ୍କୁଟରେ ବାବୁସାନଙ୍କ ଚିତ୍ର | Satyasikha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ଷ୍ଟାର ହୁଅନ୍ତୁ କି ଓଲିଉଡ୍ ଷ୍ଟାର, ସମସ୍ତଙ୍କର ଫ୍ୟାନ୍ ଅଛନ୍ତି। ଦେଖାଯାଏ ବେଳେବେଳେ ଏହି ଫ୍ୟାନ୍‌ମାନେ ସେମାନଙ୍କ ପସନ୍ଦର କଳାକାରମାନଙ୍କୁ ନିଆରା ଉପହାର ଦେବାକୁ ପସନ୍ଦ କରନ୍ତି। କିଛି ଦିନ ତଳେ ଜଣେ ଯୁବକ କ୍ୟୁବ୍‌ରେ ବାବୁସାନ୍‌ଙ୍କର ଏକ ଛବି ତିଆରି କରିଥିଲେ, ଯାହା ଖୁବ୍ ସୁନ୍ଦର ଦେଖାଯାଉଥିଲା। ସେ ବାବୁସାନ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌। ସେହିଭଳି ବାବୁସାନ୍‌ଙ୍କ ଆଉ ଦୁଇ ଜଣ ଫ୍ୟାନ୍‌ ବିସ୍କୁଟ୍‌ରେ ତାଙ୍କର ଏକ ଛବି କରିଛନ୍ତି। ଏହାକୁ ଦେଖି ବାବୁସାନ ବି ବେଶ୍ ଖୁସି ହୋଇଛନ୍ତି। ଆଉ ଏହି ଛବି ପ୍ରସ୍ତୁତ ହେଉଥିବା ବେଳର ଏକ ଭିଡିଓକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି।

ଏହି ଭିଡିଓ ଶେଆର୍ କରି ବାବୁସାନ ଲେଖିଛନ୍ତି, ମୋ ସାନ ଭାଇ ଦେବୁସାନ ଓ ଦୀପୁସାନଙ୍କ ଏହି ଭଲପାଇବା ପାଇଁ ମୁଁ ବହୁତ ଖୁସି। ଶ୍ରୀ ସାଇ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।

ବାବୁସାନଙ୍କ ଏହି ଛବି ତିଆରି କରିବା ପାଇଁ ଓରିଓ ବିସ୍କୁଟ ଓ ଏହାର କ୍ରିମ୍‌କୁ ବ୍ୟବହାର କରାଯାଇଛି। ତେବେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି। କେହି କେହି ଏହାକୁ ପ୍ରଶଂସା କରିଥିବା ବେଳେ ଆଉ କେହି ବିସ୍କୁଟ୍‌ଗୁଡ଼ିକର ଏମିତି ବ୍ୟବହାରକୁ ନାପସନ୍ଦ କରିଛନ୍ତି। ଏଗୁଡ଼ିକୁ କାହାକୁ ଖାଇବାକୁ ଦିଆଯାଇପାରିଥା’ନ୍ତା ବୋଲି ଜଣେ ୟୁଜର ଲେଖିଛନ୍ତି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଲକ୍‌ଡାଉନ୍ ଯୋଗୁ ବାବୁସାନ ଏବେ ଘରେ ଅଛନ୍ତି। ବେଳେବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍ ଆସି ଫ୍ୟାନ୍‌ମାନଙ୍କ ସହିତ କଥା ହେଉଛନ୍ତି। ପୁଣି ବେଳେ ବେଳେ ଗୀତ ଗାଇ ଭିଡିଓ ଶେଆର କରୁଛନ୍ତି।



[ad_2]

Show More
Back to top button