ଅପରାଧନ୍ୟୁଜ୍ରାଜ୍ୟ

ଯୁବତୀଙ୍କୁ କାମ କରିବାକୁ ଡାକିନେଇ କଲେ ଗଣଦୁଷ୍କର୍ମ

ସତ୍ୟଶିଖା ୧୯/୦୧/୨୦୨୧ : ସୁବର୍ଣ୍ଣପୁରରେ ପୁଣି ଲଜ୍ଜା । ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ । କାମ ଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ସହରରେ ଜଣେ ଯୁବତୀକୁ ଗଣ ଦୁଷ୍କର୍ମ ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଛି । ସହରର ଉପକଣ୍ଠରେ ଥିବା ଜିଲ୍ଲା ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରର ଯୁବତୀ ଜଣଙ୍କ ଗଣଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ଦୁଇ ଜଣ ଲୋକ ପୀଡିତା ଯୁବତୀଙ୍କୁ କାମ କରିବାକୁ ଡାକିନେଇ ସେଠାରେ ଦୁଷ୍କର୍ମ କରିଛନ୍ତି । ଏ ନେଇ ପୀଡିତାଙ୍କ ପକ୍ଷରୁ ସୋନପୁର ଥାନାରେ ଅଭିଯୋଗ କରାଯାଇଛି ।

ଅଭିଯୋଗ ଆଧାରରେ ସୋନପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋନପୁର ଡାକ୍ତରଖାନାରେ ପୀଡିତାଙ୍କ ଡାକ୍ତରୀ ମାଇନା ହୋଇଥିବା ଜଣାପଡିଛି । ତାଲିମ କେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜ୍‌ କୁ ପୋଲିସ ଜବତ କରି ଅଧିକ ତନାଘନା ଜାରି ରଖିଛି । ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇପାରିନାହିଁ ।

Show More
Back to top button