ବିଶ୍ୱରେ କରୋନା ନେଲାଣି ୧୫ ହଜାରରୁ ଅଧିକ ମୁଣ୍ଡ

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ ଯୋଗୁ ସ୍ଥିତି ସାଂଘାତିକ ହୋଇ ପଡ଼ିଛି। ଏକଧିକ ଦେଶ କର୍ଫ୍ୟୁ ଓ ଲକ ଡାଉନ ଜାରି କରିଥିଲେ ହେଁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାରେ ଲାଗିଛି। ବିଶେଷ କରି ଇଟାଲୀ, ସ୍ପେନ, ଜର୍ମାନୀ, ଫ୍ରାନ୍ସ ଓ ଆମେରିକା ସ୍ଥିତି ସବୁଠାରୁ ସାଂଘାତିକ ହୋଇପଡ଼ିଛି।

ଏହି ସବୁ ଦେଶରେ ପ୍ରତିଦିନ ଶହଶହ ମୁଣ୍ଡ କରୋନା ନେବାରେ ଲାଗିଛି। ଡିସେମ୍ବର ମାସରେ ଚାଇନାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଏହି ଭାଇରସ ଇତି ମଧ୍ୟରେ ୧୯୨ ଦେଶକୁ ବ୍ୟାପି ଯାଇଛି। ବିଶ୍ୱର ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକ ଏହି ମହାମାରୀ ଭୂତାଣୁ ପଞ୍ଝାରେ ପଡ଼ିଥିବା ବେଳେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିଲେ ହେଁ ଗତ ୨୪ ଘଣ୍ଟାରେ ଏଠାରେ ୧୦୦ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି କରୋନା ଫଳରେ ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଶହ ଅତିକ୍ରମ କରିଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନାରେ ଆକ୍ରାନ୍ତ ହୋଇ ଏବେ ଲକ୍ଷେରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଏକ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଛି। ହେଲେ ଇଟାଲୀରେ ମୃତ୍ୟୁସଂଖ୍ୟା ୫ ହଜାର ଡେଇଁବାରୁ ସାରା ବିଶ୍ୱ ଏହାକୁ ନେଇ ଚିନ୍ତାରେ ପଡ଼ିଛି।

କରୋନା ଭାଇରସ ଯୋଗୁ ଦୋକାନ ବଜାର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିଛି। ଯାତାୟାତ ବନ୍ଦ ରହିବାରୁ ବ୍ୟବସାୟିକ ସମ୍ପର୍କ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ବିଶ୍ୱର ଅର୍ଥନୀତି ଠପ ହୋଇଯାଇଥିବା ବେଳେ ଚାରିଆଡ଼େ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ

କରୋନାରେ ଏଯାଏ ୧୫,୩୧୫ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୩,୫୦ ୪୪ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏକ ଲକ୍ଷ ୩୪୫ ଜଣ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସ୍ପେନରେ ୨୪ ଘଣ୍ଟାରେ ୪୧୦ ଜଣ ପ୍ରାଣ ହରାଇଥିବାରୁ ଏଠାରେ ମୃତ୍ୟୁସଂଖ୍ୟା ଆଜି ୨୧୮୨ରେ ପହଞ୍ଚି ଯାଇଛି। ସେହିପରି ୩୩, ୦୮୯ ଜଣ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଇରାନ୍‌ରେ ୧୨୭ ଜଣଙ୍କ ମୃତ୍ୟୁ ଘଟିବାରେ ଏଠାରେ ମୃତ୍ୟୁସଂଖ୍ୟା ୧୮୧୨ ଛୁଇଁଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୪୯ ରହିଛି।

ଜର୍ମାନୀ ସ୍ଥିତି ମଧ୍ୟ ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଏଠାରେ ମୃତ୍ୟୁସଂଖ୍ୟା ୧୧୧ରେ ପହଞ୍ଚି ଯାଇଛି। ଏଠାରେ ୨୬,୨୨୦ ଜଣ କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଆଜି ଚାଇନାରେ କରୋନା ଯୋଗୁ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୨୭୦ରେ ପହଞ୍ଚି ଯାଇଛି।
ଦକ୍ଷିଣ କୋରିଆରେ ଆଜି ୭ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୧୧ରେ ଛୁଇଁଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୬୭୪ ରହିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୪୦୦ ଅତିକ୍ରମ କରିଛି। ଏଠାରେ ୪୫୮ ଜଣ ଜୀବନ କରୋନା ନେଇଥିବା ବେଳେ ୩୫,୦୭୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେରିକା ସରକାର ବ୍ୟାପକ କଟକଣା ଲଗାଇଛନ୍ତି। ତଥାପି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ସ୍ୱିଜରଲ୍ୟାଣ୍ଡରେ ୧୦୭, ବ୍ରିଟେନରେ ୨୮୧, ନେଦରଲ୍ୟାଣ୍ଡସରେ ୧୭୯, ଅଷ୍ଟ୍ରିଆରେ ୧୬, ବେଲଜିୟମରେ ୮୮, ନରୱେରେ ୮, ସ୍ୱିଡେନରେ ୨୫, ଡେନମାର୍କରେ ୧୩, ଜାପାନରେ ୪୧, ମ୍ୟାଲେସିୟାରେ ୧୪, କାନାଡା ୨୦, ଅଷ୍ଟ୍ରେଲିଆରେ ୭, ପର୍ତ୍ତୁଗାଲରେ ୧୪, ବ୍ରାଜିଲରେ ୨୫, ଗ୍ରୀସରେ ୧୭, ପାକିସ୍ତାନରେ ୬, ପୋଲାଣ୍ଡରେ ୮, ଇଣ୍ଡୋନେସିଆରେ ୪୯, ତୁର୍କୀରେ ୩୦, ବାହାରିନରେ ୨, ଫିଲିପାଇନ୍ସରେ ୩୩, ଥାଇଲ୍ୟାଣ୍ଡରେ ୧, ଇଜିପ୍ଟରେ ୧୪, ପେରୁରେ ୫, ହଂକଂରେ ୪ , ଇରାକରେ ୨୩, ରୁଷରେ ୧, ସୁଦାନରେ ୧, ଗୁଏଟମାଲାରେ ୧, ୟୁକ୍ରେନରେ ୩, ଗୁଆନାରେ ୧, ଆର୍ଜେବାଇଜାନରେ ୧, ମର୍କୋରେ ୩, ଇକ୍ୱିଡରରେ ୪, ହଙ୍ଗେରୀରେ ୭, ଆଲବାନିଆରେ ୨, ବୁଲଗେରିଆରେ ୩, ଆଲଜେରିଆରେ ୧୦, ପାନମାରେ ୧, ଆର୍ଜେଣ୍ଟିନାରେ ୩, ତାଇୱାନରେ ୧, ତୁନିସିଆରେ ୩, ବାଂଲାଦେଶ ୩, ସାନ ମାରିନୋରେ ୨୦, ମେକ୍ସିକୋରେ ୧, ଲେବାନନରେ ୪, ସ୍ଲୋଭେନିଆରେ ୧, ଓ ଭାରତରେ ୮ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

[ad_2]
Exit mobile version