ବିମାନ ସେବାକୁ ଅନୁମତି ଦେଲାନି ମହାରାଷ୍ଟ୍ର ସରକାର

ମୁମ୍ୱାଇ: ସୋମବାର ପାଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ହେଲେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ମହାରାଷ୍ଟ୍ର ସରକାର ବିମାନ ସେବା ଆରମ୍ଭ କରିବାକୁ ରାଜି ହୋଇ ନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ମେ’ ୩୧ରେ ଶେଷ ହେବା ପରେ ବିମାନ ସେବା ନେଇ ଚିନ୍ତା କରାଯିବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ

କେନ୍ଦ୍ର ବିମାନ ଚଳାଇବା ନେଇ ନିଷ୍ପତ୍ତି ନିଜସ୍ୱ। ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଏ ବାବଦରେ ଆଲୋଚନା କରିନଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।

ରାଜ୍ୟରେ ବିମାନ ସେବା ଆରମ୍ଭ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ସମୟ ଆବଶ୍ୟକ ରହିଛି। ସରକାର ଏକ ଗାଇଡଲାଇନ୍ ତିଆରି କରିବା ପରେ ବିମାନ ସେବା ବାବଦରେ ଚିନ୍ତା କରାଯିବ ବୋଲି ଉଦ୍ଧବ କହିଛନ୍ତି। ତେଣୁ ଆଗାମୀ ଦିନରେ ମହାରାଷ୍ଟ୍ର ସରକାର କେନ୍ଦ୍ର ସହିତ ଆଲୋଚନା କରିବା ପରେ ନିଷ୍ପତ୍ତି ନେବ ବୋଲି ଉଦ୍ଧବ କହିଛନ୍ତି।

[ad_2]
Exit mobile version