ବିବାଦ ସମାଧାନ ପାଇଁ ପୁଣି କାଲି ଭାରତ-ଚାଇନା ବୈଠକ

ନୂଆଦିଲ୍ଲୀ: ଲଦାଖ ସୀମାରେ ଚାଲିଥିବା ବିବାଦର ସମାଧାନ ପାଇଁ ଆସନ୍ତାକାଲି ପୁଣିଥରେ ଭାରତ ଓ ଚାଇନା ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିବ। ବିବାଦର ସମାଧାନ ପାଇଁ ତୃତୀୟଥର ପାଇଁ କର୍ପସ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

ପୂର୍ବରୁ ଦୁଇଥର ଅନୁଷ୍ଠିତ ହୋଇଥିବା ବୈଠକ ଚାଇନା ସୀମାନ୍ତ ମୋଲଡୋରେ ବସିଥିଲା। ହେଲେ ଆସନ୍ତାକାଲି ଭାରତୀୟ ସୀମା ଛୁଶୁଲରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଡିସଏନଗେଜମେଣ୍ଟ ପାଇଁ ପୂର୍ବରୁ ଦୁଇ ଦେଶ କରିଥିବା ବୁଝାମଣା ହିଁ ଆସନ୍ତାକାଲି ବୈଠକର ମୂଳ ଏଜେଣ୍ଡା ରହିବ।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦୁଇ ଦେଶ ପରସ୍ପର ସହ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେବଳ ଗଲୱାନ ନୁହେଁ ଭାରତ ଓ ଚାଇନାର ପ୍ରତିଟି ସୀମାରେ କେମିତି ଶାନ୍ତି ପ୍ରତିଷ୍ଠା ହୋଇପାରିବ, ସେ ବିଷୟରେ ବି ଆଲୋଚନା ହେବ।

ଆହୁରି ପଢ଼ନ୍ତୁ

ଜୁନ୍‌ ୬ ଓ ଜୁନ୍‌ ୨୨ରେ ଶେଷଥର ପାଇଁ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିଥିଲା। ଆସନ୍ତାକାଲି ଲ୍ୟୁଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଭାରତର ନେତୃତ୍ୱ ନେବେ।

ସୂଚନାଯୋଗ୍ୟ, ମେ’ ମାସ ଆରମ୍ଭରୁ ଭାରତ ଓ ଚାଇନା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଜୁନ୍‌ ୧୫ରେ ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version