ବିନା ରାସନ କାର୍ଡରେ ପ୍ରବାସୀ ଶ୍ରମିକଙ୍କୁ ମାଗଣା ରାସନ

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ରାସନ ଦେବେ କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି।  ଆତ୍ମନିର୍ଭର ଭାରତ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି। ଆଗାମୀ ଦୁଇ ମାସ ଯାଏ କେନ୍ଦ୍ର ସରକାର ମାଗଣାରେ ପ୍ରବାସୀ ଶ୍ରମିକଙ୍କୁ ପରିବାର ପିଛା ୫ କେଜି ଚାଉଳ ଏବଂ ୧
କେଜି ଡାଲି ଦେବେ ସରକାର। ଏହାଦ୍ୱାରା ୮ କୋଟି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର ହେବ ବୋଲି ସରକାର କହିଛନ୍ତି। ଏଥିପାଇଁ ୩,୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର।

ଆହୁରି ପଢ଼ନ୍ତୁ

ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ, ପ୍ରବାସୀ ଶ୍ରମିକ ସେମାନେ ଏହା ଦ୍ୱାରା ଉପକୃତ ହେବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଆଧାରରେ ଏହି ଶ୍ରମିକ ଏବଂ ଗରିବ ଶ୍ରେଣୀର ଲୋକମାନେ ପଞ୍ଜିକୃତ ହୋଇନଥିଲେ ମଧ୍ୟ ରାସନ ମିଳିବାରେ କୈଣସି ସମସ୍ୟା ହେବନି। ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଥିବା ସୀତାରମଣ କହିଛନ୍ତି। ଏବେ ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।



[ad_2]

Exit mobile version