ବିନା ପରୀକ୍ଷାରେ ୧୦ମ ପାସ୍‌ ଘୋଷଣା କଲା ଏହି ରାଜ୍ୟ

ହାଇଦ୍ରାବାଦ: କରୋନା ସଙ୍କଟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଚଳିତ ବର୍ଷ ବିନା ପରୀକ୍ଷାରେ ୧୦ମ ଶ୍ରେଣୀର ଶିକ୍ଷାର୍ଥୀମାନେ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ ହେବେ।

ଆହୁରି ପଢ଼ନ୍ତୁ

କରୋନା ସଂକ୍ରମଣ ଯୋଗୁ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ଅସମ୍ଭବ। ତେଣୁ ଇଣ୍ଟରନାଲ ଆସେସମେଣ୍ଟର ମାର୍କ ଅନୁସାରେ ଶିକ୍ଷାର୍ଥୀମାନଙ୍କୁ ଗ୍ରେଡ ପ୍ରଦାନ କରି ପରବର୍ତ୍ତୀ କ୍ଲାସକୁ ଯିବାକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୫,୩୪,୯୦୩ ଜଣ ଛାତ୍ରଛାତ୍ରୀ ୧୦ ଶ୍ରେଣୀରେ ପଢ଼ୁଛନ୍ତି। ସେମାନେ ୩ଟି ବିଷୟରେ ପରୀକ୍ଷା ଦେଇଥିଲେ। ହେଲେ ଏବେ ସମସ୍ତେ ପାସ୍‌ ହେବାର ସୁଯୋଗ ପାଇଛନ୍ତି।

[ad_2]
Exit mobile version