ବିଧାୟକ ଇସ୍ତଫା ଦେବା ପରେ ବି ବାଜି ମାରିଲା ବିଜେପି


ଇମ୍ଫାଲ୍: ମଣିପୁର ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା କମିବା ପରେ ସରକାର ଭାଙ୍ଗିବା ନେଇ ସ୍ପଷ୍ଟ ହୋଇଛି। ବିରୋଧୀ କଂଗ୍ରେସର ସ୍ଥିତି ଏବେ ମଜବୁତ ହୋଇଛି। ହେଲେ ଗୋଟିଏ ଆସନ ପାଇଁ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ବାଜି ମାରି ନେଇଛି।
Congratulations Shri Leisemba Sanajaoba of @BJP4India on winning the lone Rajya Sabha seat in Manipur. pic.twitter.com/IxeVeKUBwZ
— N.Biren Singh (@NBirenSingh) June 19, 2020
ମୋଟ୍ ୫୨ ଆସନ ବିଶିଷ୍ଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ମହାରାଜା ସନଇଆଓବା ଲେଇଶମ୍ବା ୨୮ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତୋନଗବ୍ରମ ମଙ୍ଗିବାବୁ ସିଂହ ୨୪ ଖଣ୍ଡ ଭୋଟ୍ ପାଇଥିଲେ। ବିଜେପି ପ୍ରାର୍ଥୀ ଆବଶ୍ୟକ ଭୋଟରୁ ୨ ଖଣ୍ଡ ଅଧିକ ଭୋଟ୍ ପାଇବାରୁ କଂଗ୍ରେସ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି। ସେହପରି ମିଜୋରାମରେ ଏମଏନଏଫ ଓ ମେଘାଳୟରେ ଏମଡିଏ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।
ଆହୁରି ପଢ଼ନ୍ତୁ
Congress party couldn’t win d RS seat in Manipur. Yet went to governor claiming they have majority in Assembly. Their leader Ajay Maken and MP Gaurav Gogoi entered Manipur disregarding Corona guidelines. They have been promptly quarantined by d state health authorities https://t.co/JVa864oCr2
— Ram Madhav (@rammadhavbjp) June 19, 2020
ସୂଚନାଯୋଗ୍ୟ, ମଣିପୁରର ଶାସକ ଦଳ ବିଜେପିର ତିନି ବିଧାୟକ ଇସ୍ତଫା ଦେଇ କଂଗ୍ରେସରେ ମିଶିଛନ୍ତି। ଏଥିସହ ନ୍ୟାଶନାଲ ପିପୁଲସ ପାର୍ଟିର ବିଧାୟକ, ଟିଏମସି ଏବଂ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପି ସରକାରକୁ ଦେଇଥିବା ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି।
୨୦୧୭ରେ ମଣିପୁରରେ ବିଧାନସଭା ନିର୍ବାଚନ ହୋଇଥିଲା। ୬୦ଟି ଆସନରୁ କଂଗ୍ରେସ ୨୮ଟି ଜିତି ସର୍ବାଧିକ ଆସନରେ ବିଜୟୀ ହୋଇଥିଲା। ସେହିପରି ବିଜେପି ୨୧ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଏନପିପି, ନାଗା ପୁପୁଲସ ଫ୍ରଣ୍ଟ (ଏନପିଏଫ) ଏବଂ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ବିଜେପିରୁ ସମର୍ଥନ କରିଥିଲେ। ଏନପିପି ଏବଂ ଏନପିଏଫର ୪ ବିଧାୟକ, ଏଲଜେପିର ଜଣେ ବିଧାୟକ ଥିଲା। ସେହିପରି ଜଣେ ସ୍ୱାଧୀନ ଏବଂ ଜଣେ ଟିଏମସି ବିଧାୟକ ସମର୍ଥନ କରିବାରୁ ବିଜେପି ଶାସନ ଗାଦିରେ ବସିଥିଲା।
ଏବେ ସହଯୋଗୀ ବିଧାୟକ ଏବଂ ନିଜ ଦଳର ତିନି ବିଧାୟକ ଇସ୍ତଫା ଦେବା ପରେ ବିଜେପି ପାଖରେ ମୋଟ୍ ୨୩ଜଣ ବିଧାୟକ ରହିଛନ୍ତି। ମଣିପୁରରେ କଂଗ୍ରେସ ସରକାର ଗଢ଼ିବ ବୋଲି ଦାବି କରିଛି।
[ad_2]