ଭୁବନେଶ୍ୱର (ସତ୍ୟଶିଖା): କରୋନା ସଂକ୍ରମଣକୁ ରୋକିବା ପାଇଁ ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ସ୍ୱେଚ୍ଛାକୃତ ପଞ୍ଜୀକରଣ ବାଧ୍ୟ କରିଥିବାବେଳେ ଆଜିସୁଦ୍ଧା ୨୯୩୫ଜଣ ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି। ସେମାନଙ୍କୁ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। ମାତ୍ର ୨ଜଣଙ୍କ ଦେହରେ କରୋନା ପଜେଟିଭ୍ ନମୂନା ମିଳିଛି ଓ ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଓଡ଼ିଶାରେ ମୋଟ ୬୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିରୁ ୬୨ଟି କରୋନା ନେଗେଟିଭ୍ ଥିବାବେଳେ ୨ଟି ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଆଜିସୁଦ୍ଧା ୪ଟି ରିପୋର୍ଟ ହସ୍ତଗତ ହୋଇନାହିଁ। ବିଦେଶରୁ ଫେରୁଥିବା ବ୍ୟକ୍ତିମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଆହୁରି ପଢ଼ନ୍ତୁ
କରୋନା ପଜେଟିଭ୍ ଥିବା ପ୍ରଥମ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ସୁଧାର ପରିଲକ୍ଷିତ ହେଉଛି। ଦ୍ୱିତୀୟ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି।