ବିଦେଶୀ ଶିକ୍ଷାର୍ଥୀଙ୍କୁ ଦେଶରୁ ବିଦା କରିବା ପାଇଁ ଆମେରିକାର ନୂଆ ରଣନୀତି

ୱାଶିଂଟନ: କରୋନା ଆଳରେ ଦେଶରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ଆମେରିକା ସରକାର ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଆମେରିକାର ଏଭଳି ରଣନୀତି ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ଭାରତୀୟ ଶିକ୍ଷାର୍ଥୀ। ଆମେରିକା ଫେଡରାଲ ଇମିଗ୍ରେସନ ଅଧିକାରୀ କହିଛନ୍ତି ଯେ ଆମେରିକାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ବିଶ୍ୱବିଦ୍ୟାଳୟ କିମ୍ବା କଲେଜ ଯଦି ପରବର୍ତ୍ତୀ ସେମିଷ୍ଟର ଯାଏ କରୋନାକୁ ଦୃଷ୍ଟିରେ ରଖି ଅନଲାଇନ୍‌ କ୍ଲାସ ଆରମ୍ଭ କରିବ, ତା’ହେଲେ ଏଠାରେ ପାଠପଢ଼ୁଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ଦେଶକୁ ଚାଲିଯିବାକୁ ପଡ଼ିବ। ଯେଉଁମାନେ ନିର୍ଦ୍ଦେଶ ଅବମାନନା କରିବେ, ତା’ହେଲେ ସେମାନଙ୍କୁ ଜୋରଜବରଦସ୍ତି ସେମାନଙ୍କ ଦେଶକୁ ପଠାଇ ଦିଆଯିବ।

ଆଇସିଇ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ ୨୦୨୦ରେ ସେମିଷ୍ଟର ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ସଂପୂର୍ଣ୍ଣ ଭାବେ ଅନଲାଇନ ଜରିଆରେ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ପଢ଼ିପାରିବେ ନାହିଁ, ଅନଲାଇନ ଜରିଆରେ କୌଣସି କାର୍ଯ୍ୟକ୍ରମର ଟ୍ରେନିଂ ନେଇପାରିବେ ନାହିଁ କିମ୍ବା ଆମେରିକାରେ ରହିପାରିବେ ନାହିଁ। ଆମେରିକା ପକ୍ଷରୁ ସେଭଳି ଶିକ୍ଷାର୍ଥୀଙ୍କୁ କୌଣସି ଭିସା ଦିଆଯିବ ନାହିଁ।

ଆହୁରି ପଢ଼ନ୍ତୁ

ଆମେରିକାରେ ଅଢ଼େଇ ଲକ୍ଷରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ଯାଉଛନ୍ତି। ଚାଇନା ବି ଏହି ମାମଲାରେ ଭାରତ ଠାରୁ ପଛରେ ରହିଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version