ନ୍ୟୁଜ୍
ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର


ସତ୍ୟଶିଖା (ଭୁବନେଶ୍ୱର) ୦୯,୧୧,୨୦୨୩ : ଅଲୋଡ଼ା ହେଲା ଶିଶୁ କନ୍ୟା l ନାଳରୁ ଉଦ୍ଧାର ହେଲା ସଦ୍ୟ ଜନ୍ମିତ ଶିଶୁର ମୃତଦେହ । ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସମ୍ମୁଖରେ । ଆଜି(ଗୁରୁବାର) ସକାଳୁ ଥାନା ସମ୍ମୁଖରେ ଥିବା ଏକ ନାଳରେ ଗୋଟିଏ ନବଜାତ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରିଥିବାବେଳେ କିଏ ଓ କେଉଁ ପରିସ୍ଥିତିରେ ଏହି ଶିଶୁ କନ୍ୟାକୁ ନାଳରେ ଫିଙ୍ଗି ଚାଲି ଯାଇଛି ତାହା ଅସ୍ପଷ୍ଟ ରହିଛି । ତେବେ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।