ଖେଳ

ବିକ୍ରି ହେବ ୱାର୍ଣ୍ଣଙ୍କ ବିଳାସପୂର୍ଣ୍ଣ ଘର

ସିଡନୀ: ଅଷ୍ଟ୍ରେଲିଆର ମହାନ୍ ଲେଗ୍ ସ୍ପିନର୍ ଶେନ୍ ୱାର୍ଣ୍ଣ ମେଲବର୍ଣ୍ଣସ୍ଥିତ ନିଜର ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କିମ୍ବଦନ୍ତୀ ଖେଳାଳି ଏହି ଘରକୁ ୨୦୧୮ରେ ଏସେନଡନ୍ ଫୁଟବଲ୍ କ୍ଲବର ଭେଟେରାନ୍ ଖେଳାଳି ମାଥ୍ୟୁ ଲୟଡଙ୍କଠାରୁ ପ୍ରାୟ ୫.୪ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୪୦କୋଟି ଟଙ୍କାରେ କିଣିଥିଲେ।

ଆହୁରି ପଢ଼ନ୍ତୁ

ଏହି ଘରର ନିଲାମ ଆସନ୍ତା ମାସ ଏପ୍ରିଲ୍ ୪ ତାରିଖରେ ହେବ। ୱାର୍ଣ୍ଣ ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ବେଶ୍ ପରିଚିତ। ମେଲବର୍ଣ୍ଣସ୍ଥିତ ଏହି ଘରେ ଆଧୁନିକ ସୁବିଧାର କୌଣସି ଅଭାବ ନାହିଁ। ବାଥରୁମ୍ ଆଟାଚମେଣ୍ଟ ସହ ପାଞ୍ଚଟି ବେଡରୁମ୍‌, ୱାଇନ୍ ସେଲର, ବାର୍‌, ହୋମ୍ ଥିଏଟର, ସୁଇମିଂ ପୁଲ୍ ଓ ସ୍ପା ସମେତ ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ରହିଛି। ୨୦୧୮ରେ ୱାର୍ଣ୍ଣ ଏହି ଘରକୁ ୫.୪ ମିଲିୟନ ଡଲାରରେ କିଣିଥିଲେ।

ବର୍ତ୍ତମାନ ମାର୍କେଟ୍ ପ୍ରାଇସ୍ ଅନୁଯାୟୀ, ଏହି ଘରର ମୂଲ୍ୟ ୬.୮ ମିଲିୟନ୍ ଡଲାର (୫୧ କୋଟି ଟଙ୍କା)ରୁ ୭.୪ ମିଲିୟନ୍ ଡଲାର (୫୫ କୋଟି ଟଙ୍କା) ମଧ୍ୟରେ ରହିବ। ଏହିପରି ଏହି ଡିଲ୍ ୱାର୍ଣ୍ଣଙ୍କୁ କୌଣସି କ୍ଷତି ହେବ ନାହିଁ। ୱାର୍ଣ୍ଣଙ୍କୁ ଏଥିରୁ ପ୍ରାୟ ୧୫ କୋଟି ଟଙ୍କାର ଲାଭ ହେବ। ସୂଚନାଯୋଗ୍ୟ, ୱାର୍ଣ୍ଣ ଟେଷ୍ଟ କ୍ରିକେଟରେ ୧୪୫ ମ୍ୟାଚ୍ ଖେଳି ୭୦୮ ୱିକେଟ୍ ନେଇଛନ୍ତି।



[ad_2]

Show More
Back to top button