ବିକାଶ ଦୁବେ ଆତ୍ମସମର୍ପଣ କଲା ନା ଗିରଫ ହେଲା? ପଚାରିଲେ ଅଖିଲେଶ ଯାଦବ

ଲକ୍ଷ୍ନୌ: ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଆଜି ପୁଲିସ ପଞ୍ଝାରେ ପଡ଼ିଛି। ପୁଲିସ୍‌ ତା’କୁ ମଧ୍ୟପ୍ରଦେଶର ଉଜୈନରୁ ଗିରଫ କରିଥିବା କହିଛି। ହେଲେ ଏହା ଗିରଫଦାରୀ ନା ଆତ୍ମସମର୍ପଣ ତା’କୁ ନେଇ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ।

ଅଖିଲେଶ ଟ୍ୱିଟ କରି କହିଛନ୍ତି, “ଖବର ମିଳିଛି ଯେ କାନପୁର କାଣ୍ଡର ମୁଖ୍ୟ ଅପରାଧୀ ବିକାଶ ଦୁବେ ପୁଲିସ୍‌ ହେପାଜତରେ ରହିଛି। ଯଦି ଏହା ସତ, ତା’ହେଲେ ସେ ଗିରଫ ହୋଇଛି ନା ଆତ୍ମସମର୍ପଣ କରିଛି ସେକଥା ସରକାର ସ୍ପଷ୍ଟ କରିବା ଦରକାର।

ଆହୁରି ପଢ଼ନ୍ତୁ

ଏହାସହ ବିକାଶର ମୋବାଇଲର ସିଡିଆର ସାର୍ବଜନୀନ କରାଯିବା ଉଚିତ। ଏହାଦ୍ୱାରା ପ୍ରକୃତ ତଥ୍ୟ ଓ ସେ କେଉଁମାନଙ୍କ ସହ ମିଶି ନିଜର ଅପରାଧର ସାମ୍ରାଜ୍ୟ ତିଆରି କରିଥିଲେ, ସେକଥା ସ୍ପଷ୍ଟ ହୋଇପାରିବ।”

ବିକାଶ ଶୁକ୍ରବାର ଠାରୁ ଫେରାର ଥିଲା। ଆଜିର ଗିରଫଦାରୀ ପୂର୍ବରୁ ସେ ଆତ୍ମସମର୍ପଣ କରିବ ବୋଲି ଚର୍ଚ୍ଚା ହେଉଥିଲା। ଏପରି କି ସେ ନୋଏଡା ଅଞ୍ଚଳର ଏକ ଟିଭି ଚ୍ୟାନେଲକୁ ଯିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲା। ହେଲେ ହଠାତ୍‌ ସେ ସେଠାରୁ ମଧ୍ୟପ୍ରଦେଶକୁ ଚାଲି ଆସିଥିଲା। ସେ କେମିତି ଆସିଲା, ତା’ର ଉତ୍ତର କାହା ପାଖରେ ନାହିଁ।

ଆହୁରି ପଢ଼ନ୍ତୁ



[ad_2]

Exit mobile version