ଦେଶ

‘ମନି ଲଣ୍ଡରିଂର ହବ୍ ପାଲଟିଛି ସଲମାନ୍ ଖାନଙ୍କ ବିଙ୍ଗ୍ ହ୍ୟୁମାନ୍’

ମୁମ୍ୱାଇ: ବଲିଉଡ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ବଡ଼ ବଡ଼ ଚେହେରାଙ୍କ ନାମରେ ଆସୁଛି ଅନେକ ଅଭିଯୋଗ। ୨୦୧୦ର ସୁପରହିଟ୍ ବଲିଉଡ ଫିଲ୍ମ ‘ଦବଙ୍ଗ’ର ନିର୍ଦ୍ଦେଶକ ଅଭିନବ କଶ୍ୟପ ଏବେ ସଲମାନ ଖାନଙ୍କ ଏନଜିଓ ‘ବିଙ୍ଗ୍ ହ୍ୟୁମାନ୍’ ନାମରେ ଆଣିଛନ୍ତି ସଙ୍ଗୀନ୍ ଅଭିଯୋଗ। ବିଙ୍ଗ୍ ହ୍ୟୁମାନ୍ ସଂସ୍ଥାକୁ ମନି ଲଣ୍ଡରିଂର ହବ୍ ବୋଲି ସେ କହିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଅଭିନବ ଫେସବୁକ ଜରିଆରେ ସଲମାନ ଖାନ ଏବଂ ତାଙ୍କର ଦୁଇ ଭାଇ ଅରବାଜ ଏବଂ ସୋହିଲ ଖାନଙ୍କ ନାମରେ ଅନେକ ଅଭିଯୋଗ ଆଣୁଛନ୍ତି। ଏମିତିକି ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଆସୁଥିବାର ସେ ଅଭିଯୋଗ ଆଣିଛନ୍ତି । ତିନି ଖାନ୍ ବ୍ରଦର୍ସଙ୍କ ପାଇଁ ତାଙ୍କର କ୍ୟାରିଅର ବରବାଦ୍ ହୋଇଛି ବୋଲି ଅଭିବନ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ସଲମାନଙ୍କ ପରିବାର ଲୋକେ ଅଭିନବଙ୍କ ନାମରେ ଆଇନଗତ ଲଢ଼େଇ କରିବେ ବୋଲି କହିସାରିଲେଣି।

ଆହୁରି ପଢ଼ନ୍ତୁ

जनाब सलीम खान का सबसे बड़ा idea है being human. Being human की charity महज एक दिखावा है… दबंग की शूटिंग के दौरान…

Abhinav Singh Kashyap यांनी वर पोस्ट केले शुक्रवार, १९ जून, २०२०

ଅଭିନବ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି, “ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନ ହେଉଛି ସଲିମ୍ ଖାନ (ସଲମାନଙ୍କ ବାପା)ଙ୍କର ଏକ ପ୍ରୋଜେକ୍ଟ। ଏହି ଚାରିଟେବୁଲ ଟ୍ରଷ୍ଟ କେବଳ ଲୋକ ଦେଖାଣିଆ। ଦବଙ୍ଗ ସୁଟିଂ ବେଳେ ମୋ ଆଖି ଆଗରେ ଗରିବଙ୍କୁ ସାଇକେଲ୍ ବାଣ୍ଟିଥିଲେ। ତହିଁ ପରଦିନ ଖବର କାଗଜରେ ବାହାରିଲା ଦାନବୀର ସଲମାନ୍ ଖାନ ୫୫୦ ସାଇକେଲ୍ ବାଣ୍ଟିଲେ। ଏ ସବୁ ହୋଇଛି କେବଳ ସଲମାନଙ୍କ ଗୁଣ୍ଡାଗିରି ଛବିକୁ ସୁଧାରିବା ପାଇଁ। ଏଭଳି କରି ନିଜ ଚରିତ୍ରରେ ଲାଗିଥିବା ଅପରାଧିକ ଦାଗକୁ ଛଡ଼ାଇବା ପାଇଁ ସଲମାନ ଚେଷ୍ଟା କରୁଛନ୍ତି। ଏଭଳି କରି ମିଡିଆ, ସାମଜ, ବିଚାରପତିଙ୍କ ଆଗରେ ନିଜର ଚରିତ୍ର ସୁଧାରିବା ପାଇଁ ସଲମାନ୍ ଚେଷ୍ଟା କରୁଛନ୍ତି। ବିଙ୍ଗ ହ୍ୟୁମାନ୍ ୫୦୦ ଟଙ୍କାର ଜିନ୍ସକୁ ୫ ହଜାର ଟଙ୍କାରେ ବିକ୍ରି କରୁଛି। ଜଣାନାହିଁ କେଉଁ କେଉଁ ଉପାୟରେ ଚାରି ଟେବୁଲ ଟ୍ରଷ୍ଟ ନାମରେ ସଲମାନ୍ ଖାନ୍ ବିଙ୍ଗ୍ ହ୍ୟୁମାନ ନାମରେ ମନି ଲଣ୍ଡରିଂ ଚଳାଉଛନ୍ତି। ଏମାନଙ୍କ ଉଦ୍ଦେଶ୍ୟ ଦେବା ନୁହେଁ ବରଂ ଅଧିକ ନେବା। ବିଙ୍ଗ୍ ହ୍ୟୁମାନ ସଂସ୍ଥା ବିରୋଧରେ ତଦନ୍ତ ହେବା ଦରକାର”।

ସୂଚନାଯୋଗ୍ୟ, ଅଭିନବ କଶ୍ୟପଙ୍କର ଏହା ପ୍ରଥମ ପୋଷ୍ଟ ନୁହେଁ ସଲମାନ୍ ବ୍ରଦର୍ସଙ୍କ ଉପରେ। ପୂର୍ବରୁ ଅନେକ ପୋଷ୍ଟ କରିଛନ୍ତି ଖାନ୍ ବ୍ରଦର୍ସଙ୍କୁ ନେଇ।



[ad_2]

Show More
Back to top button