ଦେଶ

ବିଏସଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ କରିଥିବା ସୂଚନା ରହିଛି। ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି। ଏ ନେଇ ଜମ୍ମୁ କଶ୍ମୀର ପୁଲିସ ସୂଚନା ଦେଇଛି।

ଶ୍ରୀନଗରର ପନଡଜ ବଜାରରେ ବିଏସଏଫର ଦୁଇ ଯବାନ ନିୟୋଜିତ ଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଦୁଇରୁ ତିନୋଟି ବାଇକରେ ଆସି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁଇ ଯବାନ ଗୁଳିର ଶୀକାର ହୋଇ ଆହତ ହେବା ପରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଦୁଇ ଯବାନଙ୍କ ବନ୍ଧୁକ ନେଇ ଫେରାର ହୋଇଯାଇଥିବା ସୂଚନା ରହିଛି। ଆତଙ୍କବାଦୀ ମାନେ ଆଖପାଖରେ ଲୁଚିଥିବା ସନ୍ଦେହ କରି ବିଏସଏଫ ଯବାନ ମାନେ ଘଟଣାସ୍ଥଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଚଳାଇଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button