ରାଜ୍ୟ

ବିଏସଏନଏଲ କାର୍ଯ୍ୟାଳୟରେ ଠିକା କର୍ମଚାରୀ-ପୁଲିସ୍ ମୁହାଁମୁହିଁ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ବିଏସଏନଏଲ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି।  ଦଶ ମାସର ଦରମା ନ ପାଇ ଆନ୍ଦୋଳନରେ ବସିଥିବା ଠିକା କର୍ମଚାରୀଙ୍କୁ ହଟାଇବାକୁ ପୁଲିସ୍‌ ଯାଇଥିବା ବେଳେ ସେଠାରେ ଉଭୟ ପକ୍ଷ ମଧ୍ୟରେ  ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ଗତ ୧୦ ଦିନ ହେବ ବିଏସଏନଏଲ ଠିକା କର୍ମଚାରୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ କାର୍ଯ୍ୟାଳୟ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଆଜି ସକାଳେ କାର୍ଯ୍ୟାଳୟ ଖୋଲିବାକୁ ପୁଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲା।  ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଚେଷ୍ଟା କରିବାରୁ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ

ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଓ ପୁଲିସ୍‌ ଉପସ୍ଥିତିରେ ଠିକା କର୍ମଚାରୀଙ୍କ ସହ ଆଲୋଚନା ଚାଲିଛି। ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ବିଏସ୍ଏନ୍ଏଲ୍ ସେବା ଠପ୍ ହୋଇଯାଇଛି। ଫଳରେ ଗ୍ରାହକ ଏହି ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button