ପର୍ଯ୍ୟଟନରାଜ୍ୟ

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନେଇ ଅଗଷ୍ଟ ୪ରେ ବୈଠକ

ସତ୍ୟଶିଖା(ଭୁବନେଶ୍ୱର) ୨୭.୦୭.୨୦୨୧:ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ସଂପର୍କରେ ଅଗଷ୍ଟ ୪ରେ ବୈଠକ ହେବ । ଅଗଷ୍ଟ ୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଭର୍ଚୁଆଲ ମିଟିରେ ପୁରୀ ଜିଲ୍ଲାପାଳ, ଏସପି, ସିଡିଏମଓ, ସମନ୍ୱୟ କମିଟି ସଦସ୍ୟ, ସ୍ରୀମନ୍ଦିର ପ୍ରସାସନ ଅଧିକାରୀ ରହିବେ । ପ୍ରାୟ ଅଢେଇ ମାସ ହେଲାଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମଇ ୫ ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ବର୍ତ୍ତମାନ ପୁରୀ ସମେତ ସମଗ୍ର ରାଜ୍ୟରେ କରୋନାର ଦ୍ୱିତୀୟ ଲହର ତୀବ୍ର ଗତିରେ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଏହି କଟକଣା ଅବଧିକୁ ବୃଦ୍ଧି କରିଛନ୍ତି ।

Show More
Back to top button