ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୧୧୫୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l

ସତ୍ୟଶିଖା ( ଭୁବନେଶ୍ୱର ) ୦୭ .୦୮ .୨୦୨୦ : : ଆଜି ଗଞ୍ଜାମରୁ ସର୍ବାଧିକ ୨୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୯୭, ରାୟଗଡାରୁ ୧୨୧, ସୁନ୍ଦରଗଡରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡରୁ ୩୫, କେନ୍ଦୁଝରରୁ ୩୩, ବାଲେଶ୍ୱରରୁ ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କଳାହାଣ୍ଡିରୁ ୨୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରୁ ୨୩, ବଲାଙ୍ଗିରରୁ ୨୨, ଭଦ୍ରକରୁ ୧୫, କନ୍ଧମାଳରୁ ୧୪, ଜଗତସିଂହପୁରରୁ ୧୧, କେନ୍ଦ୍ରପଡାରୁ ୧୧, ମାଲକାନଗିରିରୁ ୧୦, ନୂଆପଡାରୁ ୮, ବରଗଡରୁ ୭, ଢେଙ୍ଗାନାଳରୁ ୬, ଅନୁଗୁଳ ଓ ସୋନପୁରରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏହାସହ ଆଜି ରାଜ୍ୟରେ ମୋଟ ୧୧୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ୧୧୫୦ ଜଣ ସୁସ୍ଥଙ୍କ ସହ ରାଜ୍ୟରେ ଏବେସୁଦ୍ଧା ମୋଟ ୨୬୮୮୭ ଜଣ ସୁସ୍ଥ ହୋଇଛନ୍ତି ।

Show More
Back to top button