ରାଜ୍ୟ

ବାଲି ଓ ମୋରମ ଡିପୋ ଉପରେ ଚଢ଼ଉ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ଅଞ୍ଚଳରେ ଏକ ସରକାରୀ ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ଥିବା ବାଲି ଓ ମୋରମ ଡିପୋ ଉପରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ୫୦୦ ଟ୍ରିପରୁ ଅଧିକ ବାଲି ଓ ୬୦ ଟ୍ରିପ୍‌ ମୋହରମ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ

ଗତକାଲି ରାତି ପ୍ରାୟ ୯ଟାରେ ଭଣ୍ଡାରିପୋଖରୀ ତହସିଲଦାର ମୃତ୍ୟୁଞ୍ଜୟ ଭୁୟାଁ, ଏସଡିପିଓ ମନୋରଞ୍ଜନ ସାମଲ ଓ ଥାନା ଅଧିକାରୀ ସନାତନ ସାହୁ ପ୍ରମୁଖ ଉକ୍ତ ଡିପୋ ଉପରେ  ଚଢ଼ଉ କରିଥିଲେ। ଚଢ଼ଉ ପୂର୍ବରୁ ମାଫିଆମାନେ ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ। ଏନେଇ ଭଣ୍ଡାରିପୋଖରୀ ଥାନାରେ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button