ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଚି଼ହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅଛନ୍ତି ରାଜଧାନୀ ଭୁବନେଶ୍ୱରରେ। ଏଥିଯୋଗୁ ଭୁବନେଶ୍ୱରର କିଛି ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଏଥିଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି । ହାଟମାନଙ୍କୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ତାହାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ।
ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଯେପରି ହଇରାଣ ନ ହୁଅନ୍ତି ସେଥିପ୍ରତି ବିଏମସି ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଲକ୍ଡାଉନ୍ ବେଳେ ରାଜଧାନୀରେ ବସ୍ ଷ୍ଟପ୍ ଗୁଡ଼ିକରେ ତେଜରାତି ଓ ପନିପରିବା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ରାଜଧାନୀର ୧୦୦ଟି ବସ୍ ଷ୍ଟପରେ ଅସ୍ଥାୟୀ ଭେଣ୍ଡିଂ ସେଣ୍ଟର ଖୋଲିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି।।ଏହାସହ ରାଜଧାନୀରେ ୪୪ଟି ଅସ୍ଥାୟୀ ମାର୍କେଟ୍ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି। ସହରର ବିଭିନ୍ନ ଓ୍ୱାର୍ଡରେ ଏହି ସବୁ ଅସ୍ଥାୟୀ ମାର୍କେଟ୍ ସକାଳ ୬ଟାରୁ ଦିନ ୧୧ଟା ଯାଏ ଖୋଲା ରହିବ।ଲୋକମାନେ ପନିପରିବା କିଣିଲା ବେଳେ ସମଦୂରତା ଅବଲମ୍ବନ କରନ୍ତୁ ବୋଲି ବିଏମସି ପକ୍ଷରୁ ନିବେଦନ କରାଯାଇଛି।
ଆହୁରି ପଢ଼ନ୍ତୁ
BMC has made provision of new
44 temporary markets which will operate from morning 6am-11am. While shopping please maintain #SocialDistancing pic.twitter.com/jPT4ex4qON— BMC (@bmcbbsr) April 8, 2020
BMC has made provision of 100 temporary vending centres at different @CRUT_BBSR Bus Stops.
Citizens are requested to make use of it by maintaining proper #SocialDistancing pic.twitter.com/v8pWu1ptmA— BMC (@bmcbbsr) April 8, 2020
[ad_2]