ବଳକା ଚାଉଳରୁ ସାନିଟାଇଜର୍‌ ପ୍ରସ୍ତୁତ କରିବେ ସରକାର

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୋଦାମରେ ଗଚ୍ଛିତ ଥିବା ଚାଉଳରୁ ଇଥାନଲ୍‌ ପ୍ରସ୍ତୁତି କରି ହାତଧୁଆ ସାନିଟାଇଜର୍‌ ପ୍ରସ୍ତୁତ କରାଯିବ। ଏତଦ୍‌ବ୍ୟତୀତ ଏହା ପେଟ୍ରୋଲ୍‌ରେ ମିଶାଇ ପ୍ରଦୁଷଣ ହ୍ରାସ କରିବା ଭଳି ଇନ୍ଧନ ପ୍ରସ୍ତୁତ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଜୈବ ଇନ୍ଧନ ସମ୍ପର୍କିତ ଜାୟ ନୀତିରେ ଖାଦ୍ୟ ଶସ୍ୟରୁ ଇଥାନଲ୍‌ ପ୍ରସ୍ତୁତିକୁ ଅନୁମତି ମିଳିଛି। କେନ୍ଦ୍ର ପେଟ୍ରୋଲିଅମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନ୍ୟାସନାଲ ବାୟୋ ଫୁଏଲ୍‌ କୋଅର୍ଡିନେସନ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ

ସରକାରଙ୍କ ଏକ ବିବୃତ୍ତିରେ କୁହାଯାଇଛି ଯେ, ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ପାଖରେ ମହଜୁଦ ଥିବା ବଳକା ଚାଉଳକୁ ଆଲକୋହଲିକ୍‌ ହ୍ୟାଣ୍ଡ ସାନିଟାଇଜର ତିଆରିରେ ଏବଂ ପେଟ୍ରୋଲ ମିଶ୍ରଣରେ ବ୍ୟବହାର ପାଇଁ ଇଥାନଲରେ ପରିଣତ କରାଯାଇପାରିବ।

ଜୈବ ଇନ୍ଧନ ଜାତୀୟ ନୀତି ଅନୁଯାୟୀ, “ଏକ କୃଷି ଫସଲ ବର୍ଷରେ ଯେତେବେଳେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଆଶାଠାରୁ ଅଧିକ ଖାଦ୍ୟ ଶସ୍ୟର ଯୋଗାଣ ହେବ, ଏହି ନୀତି ଏହି ବଳକା ପରିମାଣର ଖାଦ୍ୟ ଶସ୍ୟକୁ ଇଥାନଲରେ ପରିଣତ କରିବାକୁ ଅନୁମତି ଦେବ।” କିନ୍ତୁ ଏଯାଏ ଏହି ନିୟମ କାର୍ଯ୍ୟକାରୀ ହୋଇପାରିନି।

[ad_2]
Exit mobile version