ମୁମ୍ବାଇ: ବଲିଉଡ୍ ଗାୟିକା କନିକା କପୁରଙ୍କ ପରେ ଏବେ ଇଣ୍ଡଷ୍ଟ୍ରୀରୁ ଆଉ ଏକ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଜଣାଶୁଣା ଫିଲ୍ମ ନିର୍ମାତା କରିମ୍ ମୋରାନୀଙ୍କ ଝିଅ ଶାଜା କରୋନା ପଜିଟିଭ୍ ବୋଲି ଜଣାପଡିଛି। ଗତକାଲି ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ
ଶାଜାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ପରିବାରର ସଦସ୍ୟଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ଏହା ବ୍ୟତୀତ ତାଙ୍କ ବିଲ୍ଡିଂର ସମସ୍ତ ଲୋକଙ୍କୁ ସଚେତନ କରିବା ପାଇଁ ଶାଜା ନିଜେ ଏକ ବାର୍ତ୍ତା ପଠାଇଛନ୍ତି। ଏହି ବାର୍ତ୍ତାରେ ସେ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସମସ୍ତଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କହିଛନ୍ତି।