ମୁମ୍ବାଇ: ବଲିଉଡ ଓ ଟିଭ ଜଗତକୁ ପୁଣିଥରେ ବଡ଼ ଝଟକା ଲାଗିଛି। ଶ୍ରୀଗଣେଷ ଓ ଅମିତା କା ଅମିତ ଭଳି ଟିଭ ଧାରାବାହିକରେ ଅଭିନୟ କରି ପରିଚୟ ହାସଲ କରିଥିବା ଜଗେଶ ମୁକତିଙ୍କର ଆଜି ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା।
ମୁମ୍ବାଇର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜଗେଶଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି, ସେ ଦୀର୍ଘ ଦିନ ହେଲାଣି ଓଜନ ଜନିତ ରୋଗରେ ପୀଡ଼ିତ ଥିଲେ। ଜୁନ୍ ୫ରେ ସେ ଶ୍ୱାସକ୍ରିୟାରେ କଷ୍ଠ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ତେବେ ରିପୋର୍ଟ ନେଗେଟିଭ ଆସିଥିଲା। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଣ୍ଟରରେ ମଧ୍ୟ ରଖାଯାଇଥିବା ବନ୍ଧୁ ଜଣଙ୍କ କହିଛନ୍ତି।
ଆହୁରି ପଢ଼ନ୍ତୁ
ଜଗେଶଙ୍କ ମୃତ୍ୟୁରେ ଟିଭ ଅଭିନେତ୍ରୀ ଅମ୍ବିକା ରଞ୍ଜନକର ଭାବବିହ୍ୱଳ ଟ୍ୱିଟ କରିଛନ୍ତି। ଅମ୍ବିକା ତାରକ ମେହେତା କା ଉଲଟା ଚଷମାରେ କୋମଲ ହାତୀ ଭୂମିକାରେ ଅଭିନୟ କରୁଛନ୍ତି। ସେ କହିଛନ୍ତି, “ଅତ୍ୟନ୍ତ ଦୟାଳୁ, ଅନ୍ୟକୁ ସାହାଯ୍ୟ କରୁଥିବା ବ୍ୟକ୍ତି ତଥା ଅତ୍ୟନ୍ତ ସେନ୍ସ ଅଫ ହ୍ୟୁମର ଥିବା ଜଣେ ବ୍ୟକ୍ତି ହେଉଛନ୍ତି ଜଗେଶ। ଆପଣ ବହୁତ ଚଞ୍ଚଳ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ଆମେମାନେ ଆପଣଙ୍କୁ ସବୁବେଳେ ମିସ୍ କରିବୁ ଜଗେଶ।”
୨୦୦୦ ମସିହାରେ ଟିଭରେ ପ୍ରସାରିତ ହୋଇଥିବା ଶ୍ରୀଗଣେଷ ଧାରାବାହିକ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ୨୦୨୦ରେ ଦେଶବ୍ୟାପି ଲକଡାଉନ ବେଳେ ଏହାର ପୁନଃ ପ୍ରସାଣ ମଧ୍ୟ ହୋଇଥିଲା। ୧୯୯୯ରେ ଜଗେଶ ବଡ଼ ପରାଦରେ ଡେବ୍ୟୁ କରିଥିଲେ। ଆମୀର ଖାନଙ୍କ ଫିଲ୍ମ ମନ୍ରେ ସେ ଅଭିନୟ କରିଥିଲେ। ୨୦୧୪ରେ ରିଲିଜ ହୋଇଥିବା ହସି ତୋ ଫସିରେ ମଧ୍ୟ ସେ ନଜର ଆସିଥିଲେ। ଜଗେଶ ତାଙ୍କ ବାପା ଓ ଭାଇଙ୍କ ସହ ରହୁଥିଲେ।