ବଲାଙ୍ଗିରରେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର(ସତ୍ୟଶିଖା): ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଘର ବଲାଙ୍ଗିର ଜିଲ୍ଲା ତାଲପାଲିପଡ଼ା ଅଞ୍ଚଳର। ଉଭୟ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଜି ସେମାନେ ପଜିଟିଭ୍‌ ଚିହ୍ନଟ ହେବା ପରେ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ।

ଆହୁରି ପଢ଼ନ୍ତୁ

ବଲାଙ୍ଗିର ଜିଲ୍ଲାରୁ ପୂର୍ବରୁ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ଦୁଇ ଜଣ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏଠାରେ କେହି ସୁସ୍ଥ ହୋଇନାହାନ୍ତି।

ସୂଚନାରୁ ପ୍ରକାଶ, ଆଜି ସୁଦ୍ଧା ରାଜ୍ୟର ୭୩୯ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ୫୪୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ସେମାନଙ୍କ ପାଇଁ ଖାଇବା ଓ ପିଇବା ବ୍ୟବସ୍ଥା ସରକାର କରିଛନ୍ତି।

[ad_2]
Exit mobile version