ଦେଶ

ବର୍ଷେ ପାଇଁ ୩୦% କମ ବେତନ ନେବେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଓ ଆୟୋଗର ଅନ୍ୟ ଦୁଇ ସଦସ୍ୟ କରୋନା ମୁକାବିଲା ପାଇଁ ପାଣ୍ଠି ଯୋଗାଣରେ ସହାୟତା କରିବାକୁ ଆଗେଇ ଆସିଛନ୍ତି। ସେମାନେ ନିର୍ବାଚନ ଆୟୋଗରୁ ଯେଉଁ ବେତନ ପାଉଛନ୍ତି ସେଥିରୁ ମୂଳ ଦରମାର ୩୦ ପ୍ରତିଶତ ସ୍ୱେଚ୍ଛାକୃତ ଭାବେ ଏକ ବର୍ଷ ପାଇଁ କରୋନା ସହାୟତା ପାଣ୍ଠିକୁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ତଥା ଦୁଇ ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରଙ୍କ ବେତନରୁ ୨୦୨୦ ଏପ୍ରିଲ ପହିଲାରୁ ଏହି ଅର୍ଥ କଟାଯିବ। ଏବେ କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଣ ଆରମ୍ଭ ହୋଇଛି।

ରାଜକୋଷ ଉପରେ ଚାପ ହ୍ରାସ କରିବାକୁ ବେତନ କ୍ଷେତ୍ରରେ ଦରମା କାଟ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି। ଏହି ମହତ ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କର ଦୁଇ ସହଯୋଗୀ ନିଜର ବେତନ କାଟ ପାଇଁ ସ୍ୱେଚ୍ଛାକୃତ ନିଷ୍ପତ୍ତି ନେଇ ନିର୍ବାଚନ ଆୟୋଗକୁ ତାହା କାର୍ଯ୍ୟକାରୀ କରିବାକୁ ଅବଗତ କରିଛନ୍ତି।

[ad_2]
Show More
Back to top button