ନ୍ୟୁଜ୍ରାଜ୍ୟ

ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ସହର

ସତ୍ୟଶିଖା( ଭୁବନେଶ୍ୱର )୦୮.୧୦.୨୦୨୨:  ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଆ ଗଜଲକ୍ଷ୍ମୀଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ସହର । ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ସହର । ଏଥିପାଇଁ ସଜେଇ ହେଲାଣି ସହର । ଦଶଭୁଜାଙ୍କ ଜଳଛାୟାର ୫ ଦିନ ପରେ ଆରମ୍ଭ ହେବାକୁ ଥିବା ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ସହରରେ ପ୍ରସ୍ତୁତି ଯୋରଦାର ଚାଲିଛି । ୯ ତାରିଖରୁ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଛୋଟ ଠାରୁ ଆରମ୍ଭ କରି ବଡ଼ ପୂଜା କମିଟି ନିଜକୁ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛନ୍ତି । ମୃଣ୍ମୟୀ ଦେବୀଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି କାରିଗର । ଦୁଇବର୍ଷ ଧରି ନିରାଡ଼ମ୍ବର ଭାବେ କୋଭିଡ ଗାଇଡ଼ ଲାଇନରେ ପୂଜା କରାଯାଉଥିବା ବେଳେ ଚଳିତ ବର୍ଷ କଟକଣା ମୁକ୍ତ ପୂଜା କରାଯାଉଥିବାରୁ ଉତ୍ସାହିତ ଜିଲ୍ଲାବାସୀ ।

Show More
Back to top button