ବରିଷ୍ଠ ଅଧିକାରୀଙ୍କୁ କରୋନା; ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ମନା

ଯାଜପୁର (ସତ୍ୟଶିଖା): ଯାଜପୁରରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୮୧ ଜଣଙ୍କ ମଧ୍ୟରେ ଜଣେ ବରିଷ୍ଠ ସରକାରୀ ଅଫିସର ଥିବା ଜଣାପଡ଼ିଛି। ଏଥିପାଇଁ ଯାଜପୁର ଜିଲ୍ଲାରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ଯିବା ପାଇଁ କଟକଣା ଲଗାଇଛନ୍ତି ଯାଜପୁର ଜିଲ୍ଲାପାଳ। ଯାଜପୁରର ସବୁ ସରକାରୀ ଅଫିସ୍ ନିମନ୍ତେ ଏହି କଟକଣା ଲାଗୁ କରାଯାଇଛି। ୮ ତାରିଖ ମଧ୍ୟରାତ୍ର ଯାଏ ଅଫିସ ଯିବାକୁ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ୪୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟମାନେ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version