ଭୁବନେଶ୍ୱର (ସତ୍ୟଶିଖା): ବରଗଡ଼ରୁ ବଲାଙ୍ଗିର ପର୍ଯ୍ୟନ୍ତ ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର ୪୧୪.୨୪କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ସଚିବଙ୍କୁ ଅବଗତ କରାଯାଇଛି।
ଆହୁରି ପଢ଼ନ୍ତୁ
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର ବରଗଡ଼ରୁ ବରପାଲି ପର୍ଯ୍ୟନ୍ତ ୨୬ନମ୍ବର ଜାତୀୟ ରାଜପଥର ୨୧କିମି ରାସ୍ତାକୁ ୪ଲେନ୍ ବିଶିଷ୍ଟ କରିବା ଓ ବରପାଲିରୁ ବଲାଙ୍ଗିର ପର୍ଯ୍ୟନ୍ତ ୨୧ରୁ ୭୨କିମି ରାସ୍ତାକୁ ଦୁଇ ଥାକିଆ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୨-୨୩ ମସିହାରେ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ମୋଟ ରାସ୍ତାର ୪୦% ପାଇଁ ୧୬୨.୭୮ କୋଟି ଟଙ୍କା ଓ ୨୦୨୧-୨୨ରେ ବାକି ୪୦ପ୍ରତିଶତ କାର୍ଯ୍ୟ ନିମନ୍ତେ ମୋଟ୍ ୩୨୫.୫୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୨-୨୩ରେ ଶତପ୍ରତିଶତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପାଇଁ ମୋଟ ୪୦୬.୯୭କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୩ରୁ ୨୦୨୮ ମସିହା ପର୍ଯ୍ୟନ୍ତ ରାସ୍ତାର ରକ୍ଷଣାବେକ୍ଷଣ ନିମନ୍ତେ ୭.୨୭କୋଟି ଟଙ୍କା ଅନୁମୋଦନ କରାଯାଇଥିବା ରାଜ୍ୟ ପୂର୍ତ୍ତ ସଚିବଙ୍କୁ ଲେଖାଯାଇଥିବା ଚିଠିରୁ ଜଣାପଡ଼ିଛି।
ବରଗଡ଼-ବରପାଲି ରାସ୍ତାକୁ ୪ଥାକିଆ କରିବା ନିମନ୍ତେ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା।