ରାଜ୍ୟ

ବମିଖାଲରେ ୩ କରୋନା ଆକ୍ରାନ୍ତ, ମୋଟ ୯

ଭୁବନେଶ୍ୱର (ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱରରେ ଆଉ ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ବମିଖାଲର ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ୩ ଜଣ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଏହି ୩ ଆକ୍ରାନ୍ତ ସମ୍ପର୍କରେ ୩ ଭାଇ।

ଏହା ପୂର୍ବରୁ ମଧ୍ୟ କଟକରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେ ଦିଲ୍ଲୀ ନିଜାମୁଦ୍ଦିନ୍‌ କାର୍ଯ୍ୟକ୍ରମରୁ ଫେରିଥିବା କୁହାଯାଇଛି। ଅର୍ଥାତ ଆଜି ଗୋଟିଏ ଦିନରେ ୪ ଜଣ କରୋନା ରୋଗୀ ରାଜ୍ୟରେ ଠାବ ହୋଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍‌ ଅନୁଯାୟୀ, ଓଡ଼ିଶାରେ ଚିହ୍ନଟ ହୋଇଥିବା ୯ କରୋନା ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ ଜଣ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପକ୍ଷରେ କେବଳ ରାଜଧାନୀ ଭୁବନେଶ୍ୱରରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି।



[ad_2]

Show More
Back to top button