ବମିଖାଲକୁ ବିଶୋଧନ କରୁଛି ଅଗ୍ନିଶମ ବାହିନୀ

ଭୁବନେଶ୍ୱର (ସତ୍ୟଶିଖା): ଏକା ଥରକେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍ ହୋଇଥିବା ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହିତ ଅଗ୍ନିଶମ ବାହିନୀ ବମିଖାଲ ଅଞ୍ଚଳକୁ ବିଶୋଧନ କରୁଛି। ସିଲ୍ ହୋଇଥିବା ଏକାମ୍ର ହଲ୍ ପାଖ କାଫେ କଫି ଡେ’ ଠାରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡ୍‌ରୁ ଝାରପଡ଼ା ଦୁର୍ଗା ମଣ୍ଡପ ଏବଂ ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡ୍‌ର ଡିସିବି ବ୍ୟାଙ୍କ ଛକ ଯାଏ ବିଶୋଧନ ଚାଲିଛି। ସେହିପରି ଡିସିବି ବ୍ୟାଙ୍କ ଛକଠାରୁ ଏକାମ୍ର ହଲ୍ ନିକଟ କାଫେ କଫି ଡେ’ ଯାଏ ବି ବିଶୋଧନ କରାଯିବ। ସିଲ୍ ଥିବାରୁ ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

[ad_2]
Exit mobile version