ଅପରାଧରାଜ୍ୟ

ଶଟ୍‌ଡାଉନ୍‌ରେ ବାର୍‌ରେ ଜୁଆ ଖେଳ ଚାଲିଥିବା ବେଳେ ସିଲ୍‌ କଲା ବିଡିଏ

ସତ୍ୟଶିଖା(ଭୁବନେଶ୍ୱର ) ୨୩.୦୮ .୨୦୨୧: ସିଲ୍ ହେଲା ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୨ଟି ବାର୍- ପେଣ୍ଟାଗନ୍ ଓ ନଶା । ଏହି ଦୁଇଟି ବାର୍‌କୁ ସିଲ୍ କରିଛି ବିଡିଏ ।

ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ନଶା ବାର୍‌ରେ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ସିଲ୍ କରାଯାଇଛି। ସେହିପରି ଶଟ୍‌ଡାଉନ୍‌ରେ ବେଳେ ପେଣ୍ଟାଗନ୍‌ ବାରରେ ଜୁଆ ଖେଳ ହେଉଥିଲା। ଏଠାରୁ ୩ ଜଣ ଯୁବତୀଙ୍କ ସମେତ ୧୩ ଜଣଙ୍କୁ ଧରିଥିଲା କମିଶନରେଟ୍ ପୁଲିସ୍‌। ସେମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ପେଣ୍ଟାଗନ ବାର୍‌ରେ ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହା ପରେ କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାଡ୍‌ ଏଠାରେ ଚଢ଼ାଉ କରିଥିଲା ।

Show More
Back to top button