ରାଜନୀତି

ବବିଙ୍କୁ ଘେରିଲେ ବିରୋଧୀ, କହିଲେ ଭାଙ୍ଗିଛନ୍ତି କୋଭିଡ୍ ନିୟମ

ଭୁବନେଶ୍ୱର(ସତ୍ୟଶିଖା): ବିଜେଡିର ସଙ୍ଗଠକ ସମ୍ପାଦକ ପ୍ରଣବ ଦାସ ଓରଫ ବବି ଦାସଙ୍କର ଗତକାଲି ଜନ୍ମଦିନ ଥିଲା। ବାରିପଦାରେ ତାଙ୍କ ଜନ୍ମଦିନ ପାଳନ ହୋଇଥିଲା। ନିଜ ସମଥର୍କଙ୍କ ଗହଣରେ ବବି ଜନ୍ମଦିନ ପାଳନ କରିଥିଲେ। ଏନେଇ ଫଟୋ ମଧ୍ୟ ଶୋସାଲ ମିଡିଆରେ ଭାଇରାଲ ହୋଇଛି। ତେବେ ବବିଙ୍କ ଜନ୍ମଦିନ ପାଳନକୁ ବିରୋଧୀ ଟାର୍ଗେଟ କରିଛନ୍ତି। ବାର୍ଥଡେ ସେଲେବ୍ରେସନରେ କଟକଣା ନମାନି ଅନେକ ଲୋକ ଏକାଠି ହୋଇଥିବା ଅଭିଯୋଗ ହୋଇଥିଲା। ବବି କୋଭିଡ୍‌ ଗାଇଡଲାଇନ୍‌ ଭଙ୍ଗ କରିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ। ବିଜେପିର ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ, ମୁଖପାତ୍ର ଗୋଲକ ମହାପାତ୍ର ଓ କଂଗ୍ରେସ ନେତା ରଂଜୀବ ବିଶ୍ୱାଳ କହିଛନ୍ତି ଯେ, ବିଜେଡିର ଏହା ଅହଂକାରର ପରିଚୟ ।

ବିଷ୍ଣୁ ସେଠୀ କହିଛନ୍ତି ଯେ, ଦୀର୍ଘବର୍ଷ କ୍ଷମତାରେ ରହିଥିବାରୁ ସେମାନେ କାହାକୁ ମାନୁନାହାନ୍ତି। ସେମାନଙ୍କ ପ୍ରତି ସଟ୍‌ଡାଉନ, ଲଲଡାଉନ କିଛି ପ୍ରତିଫଳିତ ହେଉନି। ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ଯେ, କୋଭିଡ୍‌ ନିୟମ ଭାଙ୍ଗିବା ସମାଜ ପାଇଁ କ୍ଷତିକାରକ । ଆମେ କରୋନା ନିୟମ ନମାନିଲେ ସମାଜ ପାଇଁ କ୍ଷତିକାରକ।

ଆହୁରି ପଢ଼ନ୍ତୁ

ଆମ ଆଚରଣ, ଉଚ୍ଚାରଣ ଠିକ ହେବା ଦରକାର। ରଂଜୀବ ବିଶ୍ୱାଳ କହିଛନ୍ତି ଯେ, ଖୁସି ମନାଇବା ପୂର୍ବରୁ ପଦ ମର୍ଯ୍ୟାଦାକୁ ମନେପକାଇବା ଉଚିତ। ଯିଏ ମାନୁନି, ନିଜ ସହ ଅନ୍ୟର ଜୀବନ ବିପଦରେ ପକାଉଛି। ନିଜେ ସଚେତନ ନହେଲେ, ନିଶ୍ଚିତ ଫଳ ଭୋଗିବେ ବୋଲି ରଂଜୀବ କହିଛନ୍ତି। ଆମେ ଲୋକଙ୍କୁ ଶିକ୍ଷା ନଦେଲେ, ଆମଠୁ ଅଧିକ ଅଶିକ୍ଷିତ କେହି ନାହାନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button