ଅପରାଧନ୍ୟୁଜ୍ରାଜ୍ୟ

ମୁମ୍ବାଇ ଏଟିଏସ୍ ଟାର୍ଗେଟ୍‌ରେ କୋରାପୁଟ ଗଞ୍ଜେଇ ମାଫିଆ

ସତ୍ୟଶିଖା (ମୁମ୍ବାଇ) ୧୧/୦୧/୨୦୨୧ : ମୁମ୍ବାଇ ଏଟିଏସ ଟାର୍ଗେଟରେ କୋରାପୁଟ ଜିଲ୍ଲାର ଗଂଜେଇ ମାଫିଆ । ରବିବାର ଜୟପୁର କଳାଗୁଡା ଗାଁରୁ ଖଗପତି ପାଙ୍ଗୀକୁ ଗଂଜେଇ ଲିଙ୍କରେ ମୁମ୍ବାଇ ଏଟିଏସର ସ୍ଵତନ୍ତ୍ର ଟିମ୍ ଗିରଫ କରିବା ପରେ ପୁଣି ଥରେ ଏହି ଟିମ ଜୟପୁର ଆସିବ ବୋଲି ସୂଚନା ମିଳିଛି । ଗିରଫ ଖଗପତିକୁ ପଚରାଉଚୁରା ପରେ ଆହୁରି ୧୦ ଜଣ ଏହି ଚୋରା ଗଂଜେଇ କାରବାରରେ ସାମିଲ ଥିବା ଏଟିଏସ ଜାଣିବାକୁ ପାଇଛି । ତେଣୁ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯାଇପାରେ ।

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଗଂଜେଇ ଲିଙ୍କ୍ ସାମ୍ନାକୁ ଆସିବା ପରେ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ହିଁ ଏହି ଗଂଜେଇ ମୁମ୍ବାଇକୁ ଚାଲାଣ ହେଉଥିବା ମୁମ୍ବାଇ ଏଟିଏସ ଜାଣିବାକୁ ପାଇଛି । ଆଉ ଏହି ଆଧାରରେ ଏଟିଏସର ତଦନ୍ତ ସମୟରେ ଖଗପତିର ନାଁ ସାମ୍ନାକୁ ଆସିଥିଲା । ଏ ନେଇ ନାଗପୁରରେ ଏକ ମାମଲା ରୁଜୁ କରି ଜୟପୁର ସଦର ପୋଲିସ ସହାୟତାରେ ମୁମ୍ବାଇ ଏଟିଏସ ଜୟପୁରରେ ପହଞ୍ଚି ଖଗପତିକୁ ଉଠାଇ ନେଇଥିଲା ।

Show More
Back to top button