ବନ୍ଦ ହେଲା ଭୁବନେଶ୍ୱର RTO-2 – Satyasikha

ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱରସ୍ଥିତ RTO-1କୁ ବନ୍ଦ କରିବା ପରେ RTO-2କୁ ମଧ୍ୟ ବନ୍ଦ କରିଛି ବିଏମ୍‌ସି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ବନ୍ଦ ରହିଛି। RTO-1ର ଜଣେ କର୍ମଚାରୀଙ୍କ ସହଯୋଗୀ ପଜିଟିଭ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମଣ  ବ୍ୟାପିବା ଆଶଙ୍କାରେ ଏହାକୁ ବନ୍ଦ କରି ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ୪ ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ RTO-1 କାର୍ଯ୍ୟାଳୟକୁ ବନ୍ଦ କରିଛି ବିଏମ୍‌ସି ।  ଏଥିସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା RTO-1ର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ



[ad_2]

Exit mobile version