ବନ୍ଦ ହେବ ରେସ୍ତୋରାଁ, ବାର, କଫିସପ, କ୍ୟାଣ୍ଟିନ

ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ପାଇଁ କଟକଣାକୁ ଆହୁରି ବଢ଼ାଇଲେ ରାଜ୍ୟ ସରକାର। ରେସ୍ତୋରାଁ, ବାର, କଫି ସପ, କ୍ୟାଣ୍ଟିନ ସହ ଅଧିକ ପରିମାଣରେ ଲୋକ ଏକାଠି ହେଉଥିବା ଖାଇବ ଷ୍ଟଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପରବର୍ତ୍ତୀ ଆଦେଶ ଯାଏଁ ଏସବୁକୁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ସେହିପରି ହୋଟେଲମାନଙ୍କରେ ଥିବା ରେଷ୍ଟୁରାଣ୍ଟରେ ୨ ମିଟରର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି। ସବୁ ସପିଂ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ବିକିବେ। ଯଥା ଗ୍ରୋସେରୀ, ପରିବା, ମାଛ, ମାଂସ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ। ସେହିଭଳି ‘କରୋନା’ ସଂପର୍କିତ ମିଟିଂ ବ୍ୟତୀତ ସବୁ ସରକାରୀ ବୈଠକ ବାତିଲ୍ କରାଯାଇଛି। ବୈଠକରେ ୨ ମିଟର ଦୂରତ୍ୱ ବଜାୟ ରଖାଯିବାକୁ ନିର୍ଦ୍ଦେଶ ରହିଛି।  କ୍ୟାବିନେଟ, ମସ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନଫରେନସିଂରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

 

[ad_2]
Exit mobile version