

ସତ୍ୟଶିଖା( ଖୋର୍ଦ୍ଧା )୨୯.୦୮ . ୨୦୨୨: ଜି. ଉଦୟଗିରି ଥାନା ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି । ଆଜି ମୃତ ମହିଳା ଏସଆଇଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଉତ୍ତେଜନା ଦେଖାଦେଇଛି । ସ୍ବାଗତିକାଙ୍କ ମୃତଦେହ ନିରାକାରପୁରରେ ପହଞ୍ଚିବା ପରେ ତାଙ୍କ ମୃତଦେହକୁ ନିରାକାରପୁର କଲେଜ ଛକାରେ ରଖି ଗ୍ରାମବାସୀ ମାନେ ଧାରଣାରେ ବସିଛନ୍ତି । କ୍ଷତିପୂରଣ ଦାବିରେ ଖୋର୍ଦ୍ଧା-ପୁରୀ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯାଇଛି ।