ବଢ଼ିଲା ଚୀନର ଟେନସନ୍, ଋଷ ପାଖରୁ ଳଢ଼ୁଆ ବିମାନ କିଣିବାକୁ ସରକାରଙ୍କୁ ପ୍ରସ୍ତାବ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ଋଷରୁ ୨୧ ଟି ନୂଆ ମିଗ୍ -୨୯ ଏବଂ ୧୨ ଟି ଏସୟୁ-୩୦ଏମକେଆଇ ସମେତ ୩୩ଟି ନୂଆ ଯୁଦ୍ଧ ବିମାନ କିଣିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି। ବାୟୁସେନା ପୂର୍ବରୁ ଏନେଇ ଯୋଜନା କରୁଥିଲା ହେଲେ ଚୀନ୍ ପ୍ରସଙ୍ଗ ତେଜିବା ପରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ବାୟୁସେନା। ଏଥିସହ ୬,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରସ୍ତାବ ଆସନ୍ତା ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଅନୁମୋଦନ ପାଇଁ ପଠାଇବ ବାୟୁସେନା।

ଆହୁରି ପଢ଼ନ୍ତୁ

ଏହି ପ୍ରସ୍ତାବରେ ୧୨ ଏସୟୁ-୩୦ ଏମକେଆଇ କିଣିବା ପ୍ରସ୍ତାବ ରହିଛି। ପୂର୍ବରୁ ଅନେକ ବିମାନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଯୁଦ୍ଧ ପାଇଁ ବିମାନର ଅଭାବ ରହିଛି। ଏହି ସବୁ ବିମାନ ଆବଶ୍ୟକ ଥିବା ବିମାନର ଅଭାବ ପୂରଣ କରିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ୧୦ ରୁ ୧୫ ବର୍ଷ ମଧ୍ୟରେ ଭାରତ ୨୭୨ ସୁ -୩୦ ଯୁଦ୍ଧ ବିମାନ ପାଇଁ ଅନେକ ଥର ଅର୍ଡର ଦେଇଛି। ସେହିଧାରାରେ ଏବେ ଭାରତୀୟ ବାୟୁସେନା ୨୧ ମିଗ୍ -୨୯ କିଣିବାକୁ ଯୋଜନା କରିଛି।

[ad_2]
Exit mobile version