ବଢ଼ିଲା ଚିନ୍ତା, ଚୀନଠୁ ଟପିଲା ଭାରତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। www.worldometers.info/coronavirus ର ରିପୋର୍ଟ ଅନୁଯାୟୀ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୦୭୨ ଛୁଇଁଛି। ଏହି ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ଭାରତ ଏବେ କରୋନାର ଉତ୍ପତ୍ତି କୁହାଯାଉଥିବା ଚୀନର ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷା ଅଧିକ ହୋଇଛି। ଚୀନରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮୨,୯୩୩ ରହିଛି। ଶକ୍ରବାର ସଂଧ୍ୟା ୪ଟା ସୁଦ୍ଧା ଦେଶରେ ୧୦୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଭାରତ ଏବେ ସର୍ବାଧିକ ଆକ୍ରାନ୍ତ ଦେଶ ତାଲିକାରେ ୧୧ ନମ୍ୱରରେ ରହିଛି। ଚୀନ ଗୋଟିଏ ପଛକୁ ଯାଇ ୧୨ ନମ୍ୱର ସ୍ଥାନରେ ରହିଛି।

ଆମେରିକାରେ ଏଯାବତ ୧,୪୬୧,୪୯୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୯୭,୦୪୩ ହୋଇଛି। ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪,୩୬୭ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୨୭,୪୫୯ ରହିଛି। ଏହାପରେ ଋଷିଆରେ ୨୬୨,୮୪୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨,୪୧୮ ଜଣଙ୍କର ମୃତ୍ୟୁ ଘଟିଛି।

[ad_2]
Exit mobile version