ଦେଶ

ଆସିଲା ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନ ଫଳାଫଳ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ଶିବୁ ସୋରେନ୍ ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଦୀପକ ପ୍ରକାଶ ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ନିର୍ବାଚିତ ହେଇଛନ୍ତି। ସୋରେନ୍ ୩୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୦ ଖଣ୍ଡ ଭୋଟ୍ ପାଇ ବିଜୟୀ ସଂସଦର ଉପର ସଦନକୁ ନିର୍ବାଚିତ ହୋଇଛନ୍ତି। ତେବେ କଂଗ୍ରେସ ପ୍ରାର୍ଥୀ ଶାହଜଦ ଅନଓ୍ୱା ମୋଟ୍ ୧୮ ଖଣ୍ଡ ଭୋଟ୍ ପାଇଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ସୋରେନ୍ ୨୯ ଖଣ୍ଡ ଭୋଟ୍ ନିଜ ଦଳର ବିଧାୟକଙ୍କ ପାଖରୁ ପାଇଥିବା ବେଳେ ଆଉ ଦୁଇ ବିଧାୟକଙ୍କ ସମର୍ଥନ ସହଯୋଗୀ ଦଳରୁ ପାଇଥିଲେ। ସେହିପରି ବିଜେପି ପ୍ରାର୍ଥୀ ଦୀପକ ୨୬ ଖଣ୍ଡ ଭୋଟ୍ ନିଜ ଦଳର ବିଧାୟକଙ୍କ ପାଖରୁ ପାଇଥିବା ବେଳେ ଆଉ ଦୁଇଟି ସ୍ୱାଧୀନ ବିଧାୟକ ଏବଂ ଏଜେଏସୟୁ ପାଖରୁ ପାଇଥିଲେ।

ଝାଡ଼ଖଣ୍ଡରେ ମୋଟ୍ ୭୯ ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ସକାଳ ୯ଟାରେ ବିଧାନସଭାରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ରାଜ୍ୟରେ ମୋଟ୍ ୮୧ଟି ବିଧାନସଭା ଆସନ ରହିଛି। ଦୁଇଟି ଆସନ ଖାଲି ରହିଛି।

[ad_2]
Show More
Back to top button