ଦୁର୍ଘଟଣାରେ ଚାଲିଗଲା କକା,ଝିଆରୀଙ୍କ ଜୀବନ


ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଗୋପାଳପୁରଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜନଗର ଓସ୍ତିଆ ଗାଁର ନିଗମାନନ୍ଦ ସାହୁ ଓ ତାଙ୍କ ଝିଆରୀ ପୂର୍ଣ୍ଣିମା ସାହୁ।
ସୂଚନା ଅନୁସାରେ, ପୂର୍ଣ୍ଣିମାଙ୍କ ଦେହ ଖରାପ ଥିବାରୁ କକା ନିଗମାନନ୍ଦ ତାଙ୍କୁ ବାଇକରେ ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଘରକୁ ଫେରିବା ବାଟରେ ଗୋପାଳପୁର ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ କକା,ଝିଆରୀ ତଳେ ପଡ଼ିଯାଇଥିଲେ। ସେମାନଙ୍କ ମୁଣ୍ଡ ମାଡ଼ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତଘୋଷଣା କରିଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚାଉଚରା କରିବା ସହ ଟ୍ରକ୍କୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।
[ad_2]