ବଜ୍ରପାତରେ ଦୁଇ ମୃତ | Satyasikha

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ଵର ଜିଲ୍ଲା ଜଳେଶ୍ୱରରେ ବ୍ରଜାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଉପେନ୍ଦ୍ର ସିଂ ଓ ଅର୍ଣ୍ଣପୁର୍ଣ୍ଣା ରଣା।
ଉପେନ୍ଦ୍ରଙ୍କ ଘର ପଶ୍ଚିମବଙ୍ଗର କୁଳଡିହା ଅଞ୍ଚଳରେ। ସେ ଆଜି କେନ୍ଦୁଡିହା ଗାଁରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ

ସେହିପରି ଅର୍ଣ୍ଣପୂର୍ଣ୍ଣାଙ୍କ ଘର ଭୋଗରାଇ ବ୍ଲକର ବଡ଼ପାହି ଗାଁରେ ବୋଲି ଜଣାପଡ଼ିଛି। ସେ ଘରେ ଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଆଜି ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।

[ad_2]
Exit mobile version