ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବଜ୍ରପାତ ଘଟି ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡିଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ବେଳେ ଅନ୍ୟମାନେ ପୁରୁଷ ବୋଲି ଜଣାପଡିଛି ।
ଅନୁଗୋଳ ଜିଲ୍ଲାର ବାଳୁଅକଟା ଏବଂ ବନ୍ଦାଣପଶି ଗାଁରେ ବଜ୍ରାଘାତ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବଡ଼କଥରା ଗାଁରେ ବଜ୍ରପାତରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ଏମାନେ ଏକାଠି ହୋଇ ଗାଁ ପାଖ ଗାଡ଼ିଆରେ ମାଛ ଧରୁଥିଲେ। ବଜ୍ରପାତରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା।
ଆହୁରି ପଢ଼ନ୍ତୁ
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ନାରଦପୁର ପଞ୍ଚାୟତରେ ମଧ୍ୟ ବଜ୍ରପାତରେ ୨ ଜଣଙ୍କ ଜୀବନ ଯାଇଛି । ବଳଭଦ୍ରପୁର ଗାଁର ଜଣେ ମହିଳା ନାରଦପୁର ବ୍ୟାଙ୍କରୁ ଫେରୁଥିବା ବେଳେ ବଜ୍ରପାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ଅନ୍ୟ ଜଣେ ମହିଳାଙ୍କ ଗୁରୁତର ହୋଇ ପଡିଥିଲେ। ନାରଦପୁର ପଞ୍ଚାୟତର ସରୁପତଳା ଗାଁରେ ବାଡିରେ କାମ କରୁଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।
ସେହିପରି ବାଲେଶ୍ୱର ସଦର ବ୍ଲକ କୁଶୁଡ଼ିହା ଗାଁରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି।