ଦୁର୍ଘଟଣା

ବଜ୍ରପାତରେ ଗଲା ୬ ଜଣଙ୍କ ଜୀବନ

ସୁନ୍ଦରଗଡ଼/ବୀରମିତ୍ରପୁର(ବିଜୟ ବରୁଆ/ରାକେଶ ସାହୁ): ବଜ୍ରପାତରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁରେ ଦୁଇ କେନ୍ଦୁପତ୍ର  ତୋଳାଳିଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି ଓ ଜଗତସିଂହପୁର ଜିଲ୍ଲାରେ ୨ ଜଣ ଲେଖାଏଁ ମୃତ୍ୟୁ ହୋଇଛି। ଆଜି ବଜ୍ରପାତ ଘଟି ମୋଟ ୬ ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

ଘଣ୍ଟିବୁଡ଼ ଗାଁର କେନ୍ଦୁପତ୍ର କର୍ମଚାରୀମାନେ ବୁଦା କାଟିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସଞ୍ଜ ପ୍ରାୟ ୫ଟା  ବେଳେ ହଠାତ ଘଡ଼ଘଡି ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ସମସ୍ତେ ବର୍ଷାରୁ ବର୍ତ୍ତିବା ପାଇଁ ଗଛ ତଳେ ଆଶ୍ରୟ ନେଇଥିଲେ। ଗୋଟିଏ ଗଛ ତଳେ ବାବୁଲାଲ କିଷାନ, ମଂଗଲୁ ନାଏକ ଓ ରଘୁ ନନ୍ଦନ କିଷାନ ଆଶ୍ରୟ ନେଇଥିଲେ। ହଠାତ ବଜ୍ରପାତ ହେବାରୁ ବାବୁଲାଲ ଓ ମଂଗଲୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରଘୁନନ୍ଦନ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ କୁମୁଟିମୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଦମପୁର ପଞ୍ଚାୟତର ଚାନ୍ଦିପୋଷ ଗାଁରେ ବଜ୍ରପାତ ହେବାରୁ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କୁଆପଥର ବର୍ଷା ହେବାରୁ ଗୋରୁମାନେ ଏକ ଗୁହାଳ ଭାଡି ତଳେ ଆଶ୍ରୟ ନେଇଥିଲେ। ତେବେ ହଠାତ୍‌ ବଜ୍ରପାତ ହେବାରୁ ୮ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ହୃସିକେଶ ବେହେରା, ପଦ୍ମପୁର ସରପଞ୍ଚ ବିଜୟ ଲକ୍ଷ୍ମୀ କାଲୋ ଓ କୁଆଁରମୁଣ୍ଡା ରାଜସ୍ଵ ନିରୀକ୍ଷକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

 



[ad_2]

Show More
Back to top button