ଫ୍ୟାନମାନଙ୍କୁ ଟାସ୍କ ଦେଲେ କିଙ୍ଗ୍ ଖାନ୍, ବିଜେତାଙ୍କୁ ମିଳିବ…

ମୁମ୍ବାଇ: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଚାଲିଛି। ସବୁ ଅଫିସ୍ ଓ ସ୍କୁଲ କଲେଜ ବନ୍ଦ ଥିବାରୁ ସମସ୍ତେ ଏବେ ଘରେ ରହି ପ୍ରାୟ ବିରକ୍ତ ହେଉଛନ୍ତି। ତେବେ ଏଭଳି ପରିସ୍ଥିତିରେ ସୁପରଷ୍ଟାର ଶାହରୁଖ ଖାନ୍ ନିଜ ପ୍ରଶଂସକଙ୍କୁ ଲକଡାଉନ୍ ସମୟକୁ ଉପଭୋଗ କରିବା ଲାଗି ଏକ ଟାସ୍କ ଦେଇଛନ୍ତି। ଏହି ଟାସ୍କ ସମ୍ପୂର୍ଣ କଲେ ୩ଜଣ ବିଜୟୀଙ୍କୁ ପୁରସ୍କାର ମଧ୍ୟ ଦିଆଯିବ ବୋଲି ବଲିଉଡ୍ କିଙ୍ଗ୍ ଖାନ୍ କହିଛନ୍ତି।
ଆହୁରି ପଢ଼ନ୍ତୁ
ଶାହରୁଖ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଗୋଟିଏ ଭଲ ହରର୍ ଫିଲ୍ମ କିମ୍ବା ସିରିଜ୍ କିଏ ବା ଉପଭୋଗ ନ କରେ। ଆମେ ସମସ୍ତେ ଏବେ କ୍ଵାରେଣ୍ଟାଇନରେ ଅଛୁ ଓ ଆମକୁ କିଛି ଖାଲି ସମୟ ମିଳିଛି। ଏହିଭଳି ସମୟରେ ଆମେ ସମସ୍ତେ କିଛି ଅଲଗା କାମ କରିବା ଉଚିତ ଯାହା ମଜାଦାର, ରୋମାଞ୍ଚକ ଓ ଭୟାନକ ମଧ୍ୟ ହୋଇଥିବ।’ ଏହି ପୋଷ୍ଟ ଜରିଆରେ ଶାହାରୁଖ୍ ଫ୍ୟାନମାନଙ୍କୁ ହରର୍ ଫିଲ୍ମ ତିଆରି କରବାକୁ ଟାସ୍କ ଦେଇଛନ୍ତି।
ଏହି ପୋଷ୍ଟ ସହ ଶାହରୁଖ ଖାନ ଲୋକଙ୍କୁ ସର୍ଟ ଫିଲ୍ମ ତିଆରି ପାଇଁ କିଛି ଟିପ୍ସ ଓ ନିୟମ ମଧ୍ୟ ଦେଇଛନ୍ତି। ତଦ୍ଦନୁଯାୟୀ, ଫିଲ୍ମ ତିଆରି କଲାବେଳେ ଆପଣ ଏକାଧିକ ଲୋକଙ୍କୁ ନେଇ ପାରିବେ ହେଲେ ସାମାଜିକ ଦୂରତା ନିୟମ ପାଳନ କରିବା ନିହାତି ଆବଶ୍ୟକ। ଏହା ବ୍ୟତୀତ ଫିଲ୍ମରେ ବ୍ୟବହୃତ ପ୍ରପ୍ ମଧ୍ୟ ଘରର ସାମଗ୍ରୀ ହୋଇଥିବା ଆବଶ୍ୟକ।ଏଥିସହ ଶାହରୁଖ ଏକ ମେଲ୍ ଆଇଡି ମଧ୍ୟ ଦେଇଛନ୍ତି, ଯେଉଁଥିରେ ଲୋକମାନେ ନିଜର ଭିଡିଓ ତାଙ୍କ ପାଖକୁ ପଠାଇପାରିବେ। ଭିଡିଓ ପଠାଇବାର ଶେଷ ତାରିଖ ହେଉଛି ମେ ୧୮। ତେବେ ଏହି ଟାସ୍କର ୩ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଶାହରୁଖ ନିଜେ ଭିଡିଓ କଲ୍ କରି କଥା ହେବେ।
ବାସ୍ତବରେ ଶାହାରୁଖ ଏସବୁ ଲୋକମାନଙ୍କ ମନୋରଞ୍ଜନ ସହ ନିଜ ୱେବ ସିରିଜର ପ୍ରମୋଶନ ପାଇଁ ବି କରୁଛନ୍ତି। ଖୁବଶୀଘ୍ର ତାଙ୍କ କମ୍ପାନୀ ‘ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ’ ଏକ ନୂଆ ୱେବସିରିଜ୍ ‘ବେତାଲ୍’ ରିଲିଜ୍ କରିବାକୁ ଯାଉଛି। ଗତ ତାରିଖରେ ଏହାର ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇଯାଇଛି। ଏହା ଏକ ହରର୍ ଥ୍ରୀଲର୍ ସିରିଜ୍। ଏହି ସରିଜ୍ର ନିର୍ଦ୍ଦେଶନା ପେଟ୍ରିକ୍ ଗ୍ରାହମ୍ ଦେଇଛନ୍ତି। ଟ୍ରେଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେବେ ଏହାକୁ ଦେଖିବା ପରେ ଶାହରୁଖଙ୍କ ପ୍ରଶଂସକମାନେ ରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି। ଏହି ୱେବ୍ ସିରିଜଟି ମେ ୨୪ରେ Netflixରେ ରିଲିଜ୍ ହେବ।
[ad_2]