ଦେଶ

ଫ୍ଲୋର ଟେଷ୍ଟ: କମଲ ନାଥ ସରକାରକୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ କମଲ ନାଥଙ୍କ ସରକାରକୁ ୨୪ ଘଣ୍ଟାର ନୋଟିସ୍‌ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ତୁରନ୍ତ ଫ୍ଲୋର ଟେଷ୍ଟ ପାଇଁ ଆବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ଖଣ୍ଡପୀଠ କହିଥିଲେ, ଏହି ମାମଲା ଜରୁରୀକାଳୀନ ହୋଇଥିବାରୁ ଆସନ୍ତା ବୁଧବାର ସକାଳ ୧୦.୩୦ ସୁଦ୍ଧା କମଲ ନାଥଙ୍କ ସରକାର ଉତ୍ତର ରଖିବାକୁ ହେବ।

ଆହୁରି ପଢ଼ନ୍ତୁ

ଏତଦ୍‌ବ୍ୟତୀତ ଇସ୍ତଫା ଦେଇଥିବା ୧୬ ଜଣ ବିଧାୟକ ମଧ୍ୟ ଏହି ମାମଲାର ପକ୍ଷ ହେବାକୁ ଏହି ଅବସରରେ ଆବେଦନ କରିଛନ୍ତି। ସେମାନେ ଏହି ଆବେଦନରେ କହିଛନ୍ତି ସେମାନେ ଏପରି କୌଣସି ଚାପର ବଶବର୍ତ୍ତୀ ନୁହନ୍ତି, ଯାହାକି କମଲ ନାଥଙ୍କ ସରକାର ଯୁକ୍ତି ଦର୍ଶାଉଛି।

ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ଗୋବିନ୍ଦ ସିଂହ ରାଜପୁତ କହିଥିଲେ, ନିର୍ବାଚନ ମଣ୍ଡଳୀ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ୧୫ ମିନିଟ୍‌ ସମୟ ମଧ୍ୟ ଦେଇନଥିଲେ। ବିଦ୍ରୋହୀ ବିଧାୟକମାନଙ୍କୁ ବନ୍ଦୀ ରଖାଯାଇ ନାହିଁ ବୋଲି ସେ କହିଥିଲେ।



[ad_2]
Source link

Show More
Back to top button