ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଝଟକା ଦେଇଛି ଫେସବୁକ। ଇମ୍ରାନଙ୍କ ଫେସବୁକ ପେଜ୍ ଫେସବୁକ ଦ୍ୱାରା ଭେରିଫାଇଡ୍ ହୋଇ ବ୍ଲୁ ଟିକ୍ ମାର୍କ ହୋଇଥିଲା। ଏବେ କିନ୍ତୁ ଫେସବୁକ୍ ବ୍ଲୁ ଟିକ୍ ମାର୍କ ହଟାଇ ଦେଇଛି। ଫେସବୁକର ଏଭଳି ପଦକ୍ଷେପକୁ ନେଇ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ତେବେ ଫେସବୁକ୍ କାହିଁକି ଏଭଳି କରିଛି ତାହା ଜଣାପଡ଼ିନି। ସବୁଠାରୁ ବଡ଼ କଥା ହେଲା ଫେସବୁକରେ ଅଧିକ ସକ୍ରିୟ ରହୁଥିଲେ ଇମ୍ରାନ୍।