ଫେସବୁକକୁ ଟକ୍କର ଦେବା ପାଇଁ ଆସିଲା ସ୍ୱଦେଶୀ ଆପ ଏଲିମେଣ୍ଟ

ନୂଆଦିଲ୍ଲୀ: ସୋଶାଲ ମିଡିଆର କିଙ୍ଗ୍ କୁହାଯାଉଥିବା ଆମେରିକାନ କମ୍ପାନୀ ଫେସବୁକକୁ ଟକ୍କର ଦେବା ପାଇଁ ଆସିଛି ସ୍ୱଦେଶୀ ଆପ ଏଲମେଣ୍ଟ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର ଏହି ସ୍ୱଦେଶୀ ଆପ୍ସରୁ ଶୁଭାରମ୍ଭ କରିଛନ୍ତି।

ଏହି ଆପ କିନ୍ତୁ ଗୁରୁଲ ପ୍ଲେ ଷ୍ଟୋର ଓ ଆପଲ ଆଇ ଫୋନ୍ ଷ୍ଟୋରରେ ପୂର୍ବରୁ ଉପଲବ୍ଧ ରହିଛି। ହେଲେ ବ୍ୟବସାୟିକ ଭାବରେ ରବିବାର ଏହାର ଶୁଭାରମ୍ଭ ହୋଇଛି। ଏହି ଆପ ଜରିଆରେ ଜଣେ ମେସେଜ, ଅଡିଓ ଏବଂ ଭିଡିଓ କଲ ସହିତ ଫ୍ରେଣ୍ଡ ସର୍କଲ ତିଆରି କରିପାରିବ। ଯେମିତି ଫେସବୁକରେ ରହିଛି। ଏହାକୁ କେହି କେହି ଦେଶୀ ଫେସବୁକ ବୋଲି ମଧ୍ୟ କହୁଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରସାର ଭାରତୀ ମଧ୍ୟ ଏହି ଆପର ଶୁଭାରମ୍ଭ ନେଇ ଟୁଇଟ୍ କରି ସୂଚନା ଦେଇଛି। ଏବେ ଏହି ଆପକୁ ୫୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏହି ଆପକୁ ହଜାରରେ ଏଧିକ ଆଇଟି ଏକ୍ସପର୍ଟ ମିଶି ତିଆରି କରିଥିବା ଜଣାପଡ଼ିଛି। ଏହି ଆପରେ ଦେଶର ୮ଟି ଆଞ୍ଚଳିକ ଭାଷା ରହିଛି।

କରୋନା ମହାମାରୀ ବେଳେ କେନ୍ଦ୍ର ସରକାର ଆତ୍ମନିର୍ଭରଶୀଳ ଭାରତ ଏବଂ ଭୋକାଲ ଫର୍ ଲୋକାଲା ପାଇଁ ଆହ୍ୱାନ କରିଛନ୍ତି। ଅନ୍ୟପଟେ ଚୀନର ୫୯ଟି ଆପ ଉପରେ ସରକାର ରୋକ୍ ଲଗାଇଛନ୍ତି। ଏଭଳି ସ୍ଥିତିରେ ଏଲିମେଣ୍ଟ ଅଧିକରୁ ଅଧିକ ୟୁଜର ଯୋଡ଼ିବ ବୋଲି ଆଶା ରଖିଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version